www.samajalive.in
Saturday, December 6, 2025
23.1 C
Bhubaneswar

ବରଫ ତଳେ ଚାପି ହୋଇ ସୈନିକ ମୃତ

ଶ୍ରୀନଗର: ଭାରତ-ପାକ୍‍ ନିୟନ୍ତ୍ରଣ ରେଖା ନିକଟରେ ବରଫ ଚଟାଣ ତଳେ ଚାପି ହୋଇ ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ମୃତ ସୈନିକ ଜଣକ ଲାନ୍‍ସ ନାୟକ ସପନ ମେହେରା ବୋଲି ଜଣାପଡ଼ିଛି। ଜାମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ଗୁରୁବାର ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ଜଣେ ସୈନିକ ମଧ୍ୟ ଆହତ ହୋଇଛନ୍ତି।
ବରଫ ଚଦର ତଳେ ପୋତି ହୋଇଥିବା ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁଇଜଣଙ୍କ ସୈନିକଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ମେହେରାଙ୍କ ମୃତ୍ୟୁ ଘଟିସାରିଥିଲା। ଆହତଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଛି।
ବରଫପାତ ଯୋଗୁଁ ୨୦୧୬ ଫେବୃଆରୀରେ ସିଆଚେନ୍‍ରେ ମାଡ୍ରାସ ରେଜିମେଣ୍ଟର ଜଣେ ଜୁନିଅର କମିଶନ୍‍ଡ୍‍ ଅଫିସର ଓ ୯ ଜଣ ଯବାନ ସହିଦ ହୋଇଥିଲେ। ୨୫ ଫୁଟ ତଳେ ଫସି ରହିଥିବା ଲାନସ ନାଏକ ହନୁମାନ ଥାପ୍ନାଙ୍କୁ ୬ ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories