www.samajalive.in
Saturday, December 6, 2025
23.1 C
Bhubaneswar

ଅବ୍ୟବହୃତ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରି ପ୍ରଚାର କରୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ସମର୍ଥକ ଟ୍ୱିଟରରେ ପୁରୁଣା ଅବ୍ୟବହୃତ ଆକାଉଣ୍ଟକୁ ହ୍ୟାକ କରି ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି। ଟେକକ୍ରଞ୍ଚ ଦ୍ୱାରା ଜାରି ଏକ ରିପୋର୍ଟରେ ଏଭଳି ତଥ୍ୟ ଲୋକଲୋଚନକୁ ଆସିଛି। ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ବର୍ଷବର୍ଷ ଧରି ଅଚଳ ପଡ଼ିଥିବା କିଛି ଟ୍ୱିଟର ଆକାଉଣ୍ଟ ହଠାତ୍‍ ସକ୍ରିୟ ହୋଇ ପଡ଼ିଛି। ସକ୍ରିୟ ହେବା ପରେ ଏହି ଆକାଉଣ୍ଟରେ ଆରବୀ ଭାଷାରେ ଟ୍ୱିଟ୍‍ କରାଯାଉଛି। ଏହି ଟ୍ୱିଟ୍‍ ଗୁଡ଼ିକ ମୁଖ୍ୟତଃ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କଲା ପରି ବିଷୟ ଉଲ୍ଲେଖ କରାଯାଉଛି। ଏହା ବ୍ୟତୀତ ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଶଂସା ମଧ୍ୟ ଏହି ଟ୍ୱିଟର ଆକାଉଣ୍ଟରେ କରାଯାଉଛି।
ଟେକକ୍ରଞ୍ଚ ଦ୍ୱାରା ପ୍ରଦତ୍ତ ରିପୋର୍ଟରେ ଆଇଏସଆଇଏସକୁ ସମର୍ଥନ କରୁଥିବା କିଛି ହ୍ୟାକର ଟ୍ୱିଟରର ସୁରକ୍ଷା ବ୍ୟବସ୍ଥାରେ ଥିବା ନିୟମକୁ ଅବମାନନା କରି ଏହି କାର୍ଯ୍ୟକୁ ଜାରି ରଖିଛନ୍ତି।
ବିଗତ ବେଶ୍‍ କିଛି ବର୍ଷ ଧରି ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ କୌଣସି ଇ-ମେଲ ଆଡ୍ରେସକୁ ବାଧ୍ୟତାମୂଳକ କରାଯାଇନଥିଲା। ଅର୍ଥାତ୍‍ ଯେକୌଣସି ନକଲ ଇ-ମେଲ ଆଇଡି ସାହାଯ୍ୟରେ ଟ୍ୱିଟରରେ ସାଇନ୍‍ ଅପ୍‍ କରାଯାଇପାରୁଥିଲା। ଏଭଳି ସମସ୍ୟା ପରେ ଟ୍ୱିଟର ଇମେଲ କିମ୍ବା ମୋବାଇଲ ନମ୍ବର ଭେରିଫିକେସନ ପ୍ରକ୍ରିୟା ଆରମ୍ଭ କରିଥିଲା। ଦୀର୍ଘ ଦିନ ଧରି ଯେଉଁ ଟ୍ୱିଟର ଆକାଉଣ୍ଟ ଗୁଡ଼ିକ ବନ୍ଦ ପଡ଼ିଥିଲା ହ୍ୟାକରମାନେ ତା’ର ଇ-ମେଲ ଆଡ୍ରେସ ସଂଗ୍ରହ କରି ଉକ୍ତ ଆକାଉଣ୍ଟର ପାସୱାର୍ଡ ବଦଳାଇ ଦେଉଥିଲେ। ଏହା ପରେ ନୂଆ ଏକ ଅଜ୍ଞାତ ଇ-ମେଲ ଆଡ୍ରେସ ପ୍ରସ୍ତୁତ କରି ପାସୱାର୍ଡ଼କୁ ରିସେଟ କରୁଥିଲେ। ମୁଖ୍ୟତଃ ଯେଉଁସବୁ ଇ-ମେଲ ଆକାଉଣ୍ଟ ୟାହୁ ଓ ହଟମେଲ ସହ ଅନୁବନ୍ଧିତ ଥିଲା ଆଜି ତାହା ଭିନ୍ନ ଏକ ଇ-ମେଲ ଆଇଡି ଦ୍ୱାରା ସଞ୍ଚାଳିିତ ହେଉଛି।
୨୦୧୮ରେ ଟ୍ୱିଟର ତା’ର ସୁରକ୍ଷା ରିପୋର୍ଟରେ ୧୨ଲକ୍ଷ ଜାଲ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଥିବା ସୂଚନା ଦେଇଥିଲା। ୧୨ଲକ୍ଷରୁ ଊଦ୍ଧ୍ୱର୍ ଭୂତ ଆକାଉଣ୍ଟକୁ ଟ୍ୱିଟରୁ ହଟାଇ ଦେଇଥିଲା। ସେଗୁଡ଼ିକ ମଧ୍ୟରୁ ୭୪ ପ୍ରତିଶତ ଆକାଉଣ୍ଟ କେବଳ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ବନ୍ଦ କରି ଦିଆଯାଇ ଥିଲା। ସେମାନଙ୍କ ପ୍ରଥମ ପୋଷ୍ଟ ସୋସିଆଲ ମିଡିଆରେ ଆସିବା ପରେ ଟ୍ୱିଟର ସେମାନଙ୍କ ଆକାଉଣ୍ଟକୁ ବାତିଲ କରି ଦେଇଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories