ଥିରୁଭାନନ୍ଥପୁରମ୍: ସାବରିମାଳା ମନ୍ଦିରରେ ଦୁଇ ମହିଳା ପ୍ରବେଶ କରିବା ପରେ ପରିସ୍ଥିତି ଏକ ପ୍ରକାର ଅଣାୟତ୍ତ ହୋଇପଡ଼ିଛି। ମନ୍ଦିରରେ ପ୍ରବେଶ କରିଥିବା ଦୁଇ ମହିଳାଙ୍କୁ ପୁଲିସ ସୁରକ୍ଷା ଦେବା ଓ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ସମର୍ଥନ କରିବା ପ୍ରତିବାଦରେ ବିିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଛି। ହିଂସାକୁ ପୁଲିସ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବା ବେଳେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩୮ ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି।
ଗତ କାଲିର ଘଟଣା ପରେ ସାବରିମାଳା କର୍ମ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଥ୍ରିସୁରରେ ୪ ଜଣ ବିଜେପି କର୍ମୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କୋଝିକୋଡେରେ ପୁଲିସ ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।
ବନ୍ଦ ଡାକରା ଓ ହିଂସା ଯୋଗୁଁ କେରଳର ବିଭିନ୍ନ ସ୍ଥାନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୋକାନ ବଜାର, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଯାତାୟାତ ଠପ୍ ହୋଇଯାଇଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଗୁରୁବାରକୁ କଳା ଦିବସ ଭାବେ ପାଳନ କରୁଛି।
ସାବରୀମାଳାରେ ମହିଳାଙ୍କ ପ୍ରବେଶ ପରେ ହିଂସା: ୧ ମୃତ, ୧୦୦ ଆହତ
Popular Categories



