ଆଜି ନବୀନ ଯିବେ ପଦ୍ମପୁର, ଘୋଷଣା ହେବ ଦେଢ଼ଶହ କୋଟିର ଯୋଜନା

ଡେସ୍କ: ଉପ ନିର୍ବାଚନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପଦ୍ମପୁର ଗସ୍ତରେ ଯାଉଛନ୍ତି। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଲ ଓ ପଦ୍ମପୁରରେ ସାଧାରଣ ସଭାରେ ଉଦବୋଧନ ଦେବା ସହ ପ୍ରାୟ ଦେଢ଼ଶହ କୋଟି ବ୍ୟୟ ଅଟକଳରେ ପ୍ରସ୍ତାବିତ ୧ ହଜାର ୭୦୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମରେ ୧୨୭ଟି ପ୍ରକଳ୍ପର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭ ରଖିବେ। ଜିଲ୍ଲାର ୨୧ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ନବୀନ ୧.୨୩ କୋଟି ଟଙ୍କା ଯୋଗାଇ ଦେବେ।

ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ନିମନ୍ତେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେକେ ୧୫୦ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Comments are closed.