www.samajalive.in
Friday, December 5, 2025
17.1 C
Bhubaneswar

ସବୁ ବିଭାଗ ଓ ଶିକ୍ଷାନୁଷ୍ଠାନରେ କଡ଼ାକଡ଼ି ହେବ ମହିଳା ସୁରକ୍ଷା ଆଇନ

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ମହିଳାଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବା ଲାଗି ରାଜ୍ୟ ସରକାରଙ୍କୁ ବାଧ୍ୟ କରିଛି। ଏଣିକି ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ କଡ଼ାକଡି ପାଳନ କରାଯିବ। ଏ ନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ମହିଳା ଓ ଶିଶୁ ବିକାଶ ବିଭାଗ ନିକଟରେ ଏହି ନିର୍ଦେଶର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ବିଭାଗକୁ କୁହାଯାଇଛି। ସବୁ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶାସନ ସଚିବ, ଆରଡିସି, ଜିଲାପାଳଙ୍କୁ ପତ୍ର ଲେଖି କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯାତନା ନିରୋଧୀ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ୧୦ରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନରେ ଆଭ୍ୟନ୍ତରୀଣ କମିଟି ଗଠନ କରି ମହିଳାଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସମାଧାନ ଅଗ୍ରାଧିକାର ଭିତ୍ତିରେ କରାଯିବ। ବିଭାଗୀୟ ତଥା ଶିକ୍ଷାନୁଷ୍ଠାନର ମୁଖ୍ୟ ନିୟମିତ ବ୍ୟବଧାନରେ କର୍ମଚାରୀଙ୍କ ମଧ୍ୟରେ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଏପରି ଅଭିଯୋଗ ଆସିଲେ ଧାର୍ଯ୍ୟ ସମୟ ଭିତରେ ସମାଧାନ କରାଯିବା ଆବଶ୍ୟକ। ଅନୁଷ୍ଠାନଗୁଡ଼ିକ ମହିଳା ନିର୍ଯାତନା ଅଭିଯୋଗ, ସମାଧାନ ପ୍ରକ୍ରିୟା ଆଦି ରେକର୍ଡ଼ଭୁକ୍ତ କରି ବାର୍ଷିକ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ। ଏସବୁ ପାଇଁ ବିଭାଗୀୟ ମୁଖ୍ୟ ଉତ୍ତରଦାୟୀ ରହିବେ। ମୁଖ୍ୟ ସଚିବ ପତ୍ରରେ ଦର୍ଶାଇଛନ୍ତି ଯେ କାଳବିଳମ୍ବ ନ କରି ସରକାରୀ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ପ୍ରଶିକ୍ଷଣ ଅନୁଷ୍ଠାନରେ ତୁରନ୍ତ କମିଟି ଗଠନ କରାଯିବ।

ଆଗାମୀ ୬ ମାସ ଯାଏ ପ୍ରତି ମାସରେ କମିଟିର ବୈଠକ ବସି ଯୌନ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ ଚଳାଇବେ। ପରେ ନିୟମ ଅନୁସାରେ ପ୍ରତି ତିନି ମାସରେ ଥରେ ବୈଠକ ବସିବ। ସି-ବକ୍ସ ପୋର୍ଟାଲରେ କମିଟି ବିବରଣୀ ତଥା ରିପୋର୍ଟ ଅପଲୋଡ ତୁରନ୍ତ କରାଯିବ। ପୋର୍ଟାଲ ଜରିଆରେ ଅଭିଯୋଗ ଗ୍ରହଣ କରାଯିବ। ନିୟମିତ ବ୍ୟବଧାନରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ତଥା ସଚିବ ଏହି ଆଇନର କାର୍ଯ୍ୟକାରିତା ସମୀକ୍ଷା କରିବେ। ଶିକ୍ଷାନୁଷ୍ଠାନ ପରିଦର୍ଶନ ସମୟରେ ମଧ୍ୟ ଏହି ବିଷୟରେ ତର୍ଜମା କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି।

- Advertisement -

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories