www.samajalive.in
Saturday, December 6, 2025
14.1 C
Bhubaneswar

ଆନ୍ତର୍ଜାତିକ କ୍ରିକେଟ୍‌ରୁ ରସେଲ୍‌ଙ୍କ ଅବସର

କିଙ୍ଗ୍‌ଷ୍ଟନ: ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳର ଖ୍ୟାତନାମା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ଦେଶ ଜାମାଇକାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପରେ ରସେଲ ଆଉ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବେ ନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ରସେଲ୍‌ଙ୍କ ଦେଶ ଜାମାଇକାର କିଙ୍ଗଷ୍ଟନର ସାବାଇନା ପାର୍କରେ ଖେଳାଯିବ। ୨୦ ଓ ୨୨ରେ ତାଙ୍କ ଘରୋଇ ପଡ଼ିଆରେ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ରସେଲ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବେ। ୨୫ରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପାଇଁ ରସେଲ ଦଳ ସହ ସେଣ୍ଟ କିଟ୍‌ସ ଯିବେନାହିଁ।
୩୭ ବର୍ଷ ବୟସ୍କ ଅାନ୍ଦ୍ରେ ରସେଲ୍‌ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଘୋଷଣା କରିଛନ୍ତି। ଏଥିରେ ରସେଲ ଉଲ୍ଲେଖ କରିଛନ୍ତି ଯେ ୱେଷ୍ଟଇଣ୍ଡିଜ୍‌ ପାଇଁ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ। ଏତେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବି ବୋଲି ଭାବିନଥିଲି। ପ୍ରଥମ ୨ଟି ଟ୍ବେଣ୍ଟି୨୦ରେ ଦଳକୁ ଜିତାଇବା ସହ ବିଦାୟ ନେବାକୁ ଚାହେଁ। ରସେଲ୍‌ ୨୦୧୦ରେ ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ଟେଷ୍ଟମ୍ୟାଚ୍‌ ଖେଳିଥିଲେ।

୨୦୧୧ରେ ରସେଲ ୱେଷ୍ଟଇଣ୍ଡିଜ୍‌ ପାଇଁ ଉଭୟ ଟ୍ବେଣ୍ଟି୨୦ ଓ ଦିନିକିଅା କ୍ରିକେଟ୍‌​‌େ​‌ର ପଦାର୍ପଣ କରିଥିଲେ। ଅଦ୍ୟାବଧି ରସେଲ ୮୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୩ଟି ଅର୍ଦ୍ଧଶତକ ସହ ୧୦୭୮ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୬୩.୦୮ ରହିଛି। ସେ ୬୩ଟି ଚୌକା ମାରିଥିବା ବେଳେ ୯୦ଟି ଛକା ମାରିଛନ୍ତି। ସେ ୬୧ଟି ୱିକେଟ୍‌ ନେଇଛନ୍ତି। ୨୦୧୯ରୁ ରସେଲ କେବଳ ଟ୍ବେଣ୍ଟି୨୦ କ୍ରିକେଟ୍‌ ଖେଳୁଛନ୍ତି। ନିକୋଲାସ୍ ପୁରନ୍‌ଙ୍କ ପରେ ୨ ମାସ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ୨ୟ କ୍ରିକେଟର ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଛନ୍ତି ରସେଲ। ଆନ୍ଦ୍ରେ ରସେଲ ୫୬ଟି ଦିନିକିଆରୁ ୪ଟି ଅର୍ଦ୍ଧଶତକ ସହ ୧୦୩୪ ରନ୍‌ କରିବା ସହ ୭୦ଟି ୱିକେଟ୍‌ ନେଇଛନ୍ତି। ରସେଲ ୨୦୧୨ରୁ ଆଇପିଏଲ୍‌ ଖେଳୁଛନ୍ତି। ୧୪ଟି ସଂସ୍କରଣରୁ ରସେଲ ୨୦୧୨ ଓ ୨୦୧୩​‌େ​‌ର ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ଖେଳିଥିବା ବେଳେ ବାକି ୧୨ଟି ସଂସ୍କରଣ କଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳିଛନ୍ତି। ତାଙ୍କ ସମୟ​ରେ କେକେଆର୍‌ ଆଇପିଏଲ୍‌ ଚମ୍ପିଆନ୍‌ ହୋଇଥିଲା। ରସେଲ ୧୪୦ଟି ଆଇପିଏଲ୍‌ ମ୍ୟାଚ୍‌ରୁ ୧୨ଟି ଅର୍ଦ୍ଧଶତକ ସହ ୧୭୪.୧୭ ଷ୍ଟ୍ରାଇକ୍‌ରେଟ୍‌ରେ ୨୬୫୧ ରନ୍‌ କରିଛନ୍ତି। ପୁଣି ସେ ୧୮୬ଟି ଚୌକା ଓ ୨୨୩ଟି ଛକା ମାରିଛନ୍ତି। ଏହାସହ ରସେଲ ୧୨୩ଟି ୱିକେଟ୍‌ ନେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories