www.samajalive.in
Saturday, December 13, 2025
27.1 C
Bhubaneswar

ପ୍ରଶାସନ ଉପସ୍ଥିତିରେ ଚିହ୍ନଟ ହେବ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜମି

ସୁନ୍ଦରଗଡ଼: ଗତ କିଛି ଦିନ ଧରି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଜମି ବିବାଦକୁ ନେଇ ଲାଗି ରହିଥିବା ଚାପା ଉତ୍ତେଜନା ଓ ଅସନ୍ତୋଷ ଆଜି ଏକ ପ୍ରକାର ପ୍ରଶମିତ ହୋଇଥିବାର ଜଣାପଡ଼ିଛି। ଗତ ୭ତାରିଖ ଦିନ ଚନ୍ଦ୍ରପୁର ଗ୍ରାମରେ ଜମି କିଣି ଥିବା ଛତିଶଗଡ଼ ହମିରପୁର ଅଞ୍ଚଳର ଜଣେ ବ୍ୟକ୍ତି ବେଆଇନ ଭାବେ ଗ୍ରାମ୍ୟ ଜଙ୍ଗଳକୁ ଜବରଦଖଲ କରିଥିବା ସହ ଗଛ କାଟିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କା, ଗୋପାଳପୁର ବନସଂରକ୍ଷଣ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଜମି ଚିହ୍ନଟ ଚାଲିଥିବା ବେଳେ ଉଭୟ ପକ୍ଷରୁ ମାରପିଟ ହୋଇ ଥାନାରେ ଏତଲା ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ପୁଲିସ ମୁତୟନ କରାଯାଇଥିଲା।

ଗ୍ରାମବାସୀ ଏ ସଂକ୍ରାନ୍ତରେ ବିଧାୟିକାଙ୍କ ଠାରେ ଫେରାଦ ହୋଇଥିଲେ ଓ ବିଧାୟିକା କୁସୁମ ଟେଟେ ମଧ୍ୟ ଉକ୍ତ ଘଟଣା ସଂପର୍କରେ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ଅନୁରୋଧ ଓ ଦାବି ନୁସାରେ ଆଜି ସଦର ବିଧାୟିକା କୁସୁମ ଟେଟେ ଘଟଣାସ୍ଥଳରେ ପହଞ୍ଚିବା ସହ ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କା, ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର, ଥାନା ଅଧିକାରୀ କୃପାସିନ୍ଧୁ ବାଗ, ରେଞ୍ଜ ଅଧିକାରୀ ପରମାନନ୍ଦ ବଡ଼ନାୟକ, ସାଂସଦ ପ୍ରତିନିଧି ବିଶିକେସନ ସା, ବିଧାୟିକା ପ୍ରତିିନିଧି ସରୋଜ ପାଣିଗ୍ରାହୀ, ସରପଞ୍ଚ ରବିନ ବୈଗା, ସଞ୍ଜୟ ଦାସ, ରାମଲାଲ ପଟେଲ, ଅଜୟ ଦାସ, କୃଷ୍ଣଚନ୍ଦ୍ର ବାରିକ, ଛତିଶଗଡ଼ ପ୍ରଶାସନ ତମନାର ତହସିଲଦାର ଟି.ଆର.କାଶ୍ୟପ, ଧରମଜୟଗଡ଼ ଏସ.ଡି.ପି.ଓ ସୁଶିଲ ନାୟକ, ତମନାର ଥାନା ଅଧିକାରୀ ଅଭିନବକାନ୍ତ ସିଂ, ହମିରପୁର ନାଏବ ସରପଞ୍ଚ ଆଶିଷ ମିଶ୍ର ଓ ଗ୍ରାମବାସୀଙ୍କୁ ନେଇ ଶାନ୍ତି କମିଟି ବୈଠକ ହୋଇଥିଲା। ଉକ୍ତ ବୈଠକରେ ଉପୁଜିଥିବା ବିବାଦ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ଉଭୟ ପକ୍ଷ ଶାନ୍ତି ବଜାୟ ରଖିବା ପାଇଁ ସର୍ବସମ୍ମତ୍ତି ନିଷ୍ପତ୍ତି ହୋଇ ପରେ ଉଭୟ ପ୍ରଶାସନ (ଓଡ଼ିଶା-ଛତିଶଗଡ଼)ର ଅଧିକାରୀଙ୍କ ଉପସ୍ଥିତିରେ ଜମି ଚିହ୍ନଟ ହେବ ବୋଲି ସ୍ଥିର ହୋଇଛି। ଫଳରେ ସମଗ୍ର ଅଞ୍ଚଳରେ ସ୍ୱଭାବିକ ପରିସ୍ଥିତି ଫେରି ଆସିଛି। ପରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇ ବନ ମହୋତ୍ସବ ପାଳନ କରାଯାଇଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories