www.samajalive.in
Sunday, December 7, 2025
26.1 C
Bhubaneswar

ବାର୍କ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଅଜିତ କୁମାର ମହାନ୍ତି

ନୂଆଦିଲ୍ଲୀ: ପ୍ରଫେସର ଡକ୍ଟର ଅଜିତ କୁମାର ମହାନ୍ତି ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ର ପଦାର୍ଥ ବିଜ୍ଞାନ ବିଭାଗ ନିର୍ଦ୍ଦେଶକ ତଥା କୋଲକାତାର ସାହା ଇନଷ୍ଟିଚ୍ୟୁଟ ଅଫ୍‍ ନ୍ୟୁକ୍ଲିୟର ଫିଜିକ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଡକ୍ଟର ମହାନ୍ତି ଆଣବିକ ଶକ୍ତି କମିଶନର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ କମଲେଶ ନୀଳକଣ୍ଠ ବ୍ୟାସଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ. ମହାନ୍ତି ବି.ଏ.ଆର୍‍.ସି. ପ୍ରଶିକ୍ଷଣ ସ୍କୁଲର ୨୬ତମ ବ୍ୟାଚରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୯୮୩ରେ ଭାବା ଆଣବିକ ଗବେଷଣା କେନ୍ଦ୍ରର ନ୍ୟୁକ୍ଲିୟର ଫିଜିକ୍ସ ବିଭାଗରେ ଯୋଗ ଦେଇଥିଲେ। ବିଗତ ୩୬ ବର୍ଷ ଧରି ଡ. ମହାନ୍ତି ନ୍ୟୁକ୍ଲିୟର ଫିଜିକ୍ସର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଡ. ମହାନ୍ତି ୧୯୮୮ରେ ଇଣ୍ଡିଆନ ଫିଜିକାଲ ସୋସାଇଟିର ଯୁବ ବୈଜ୍ଞାନିକ ପୁରସ୍କାର, ୧୯୯୧ରେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଏବଂ ୨୦୦୧ରେ ଆଣବିକ ଶକ୍ତି ବିଭାଗର ହୋମି ଭାବା ବିଜ୍ଞାନ ଏବଂ ପ୍ରଯୁକ୍ତି ପୁରସ୍କାର ହାସଲ କରିଛନ୍ତି।

ସୂଚନା ଯୋଗ୍ୟ, ୧୯୫୯ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ମହାନ୍ତି ବାରିପଦା ମହାରାଜା ପୂର୍ଣଚନ୍ଦ୍ର କଲେଜରୁ ୧୯୭୯ରେ ପଦାର୍ଥ ବିଜ୍ଞାନରେ ସ୍ନାତ୍ତକ ଡିଗ୍ରୀ ଏବଂ କଟକ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ବମ୍ବେ ୟୁନିଭର୍ସିଟିରୁ ପିଏଚଡି ଡିଗ୍ରୀ ପାଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories