www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ – ତାରା କହିଲେ, ଶାନ୍ତି, ମୈତ୍ରୀ ଓ ପ୍ରଗତି

ଡେସ୍କ: ଦୀର୍ଘ ଦିନ ହେବ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ହଟ୍ଟଗୋଳ ନେଇ ଅସ୍ୱାଭାବିକ ପରିସ୍ଥିତି ଲାଗି ରହିଥିବା ବେଳେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ଜଣାପଡିଛି। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ନିଜ ଆସନରେ ଛିଡା ହୋଇ କହିଥିଲେ, ‘ଶାନ୍ତି, ମୈତ୍ରୀ ଓ ପ୍ରଗତି’।

ପ୍ରଶ୍ନକାଳ ସମୟରେ ବିଧାୟକ ଜଲେନ ନାୟକଙ୍କ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, କୃଷକମାନଙ୍କୁ ରିହାତି ମୂଲ୍ୟରେ ୪୩ ପ୍ରକାର ଯନ୍ତ୍ରପାତି ଯୋଗାଇ ଦିଆଯାଉଛି। ସେଥିରେ ୧୪ଟି ହସ୍ତଚାଳିତ ଓ ବଳଦଙ୍କ ଦ୍ୱାରା ବ୍ୟବହାର ଯୋଗ୍ୟ ଯନ୍ତ୍ରପାତି ରହିଛି। ସେ କହିଛନ୍ତି, ଯେଉଁ ସ୍ଥାନରେ ଚାଷୀ ମାନଙ୍କୁ ଠିକ ବିହନ ମିଳିନଥିବା ନେଇ ଅଭିଯୋଗ ଆସିବ, ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories