www.samajalive.in
Saturday, December 6, 2025
15.1 C
Bhubaneswar

୫୦ ଟଙ୍କାରେ ଥାଳିରେ ଏତେ ପ୍ରକାର ଖାଦ୍ୟ ପରଷିଲା ଦୋକାନୀ, ଆନନ୍ଦ ମହିନ୍ଦ୍ରାଙ୍କୁ ଆସିଲା ପସନ୍ଦ

ନୂଆଦିଲ୍ଲୀ : ଆଜିକାଲି ସବୁର ଦରଦାମ୍ ବଢୁଛି । ବାହାରେ କମ୍ ଦାମରେ ପେଟପୁରା ଖାଇବା ମିଳିବା କଷ୍ଟ ହୋଇଗଲାଣି । କିନ୍ତୁ କିଛି ସ୍ଥାନରେ ଏବେବି ଦୋକାନୀମାନେ ଶସ୍ତାରେ ଭାରତୀୟ ଭୋଜନ ଦେଉଛନ୍ତି । ଏମିତି ଏକ ହୋଟେଲର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ, ଏହି ଭିଡିଓ ଭାରତର ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଛି । ସେ ଏହାକୁ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି ।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି କେମିତି ଜଣେ ଯୁବକ ଦୋକାନୀକୁ ପଚାରୁଛନ୍ତି କି ୫୦ ଟଙ୍କାରେ କ’ଣ କ’ଣ ଖାଇବାକୁ ଦେବେ ? ଏହା ପରେ ଦୋକାନୀ ପ୍ଲେଟରେ ଅନେକ ପ୍ରକାର ବ୍ୟଞ୍ଜନ ପରଷୁଛନ୍ତି । ଏପରିକି ଦୋକାନୀ କହୁଛନ୍ତି କି ପରେ ଆଉ ନେଲେ ମଧ୍ୟ ଅତିରିକ୍ତ ପଇସା ଲାଗିବନି ।

ଏହା ପରେ ଲୋକେ ଭିଡିଓକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକେ ଜୋମାଟୋକୁ ପରାମର୍ଶ ଦେଇ ଲେଖିଛନ୍ତି କି ଖୁବ୍ ଶୀଘ୍ର ସେହି ଦୋକାନୀକୁ ଖୋଜି ତାଲିକାଭୁକ୍ତ କରିବା ଉଚିତ୍ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି ତାଙ୍କ ସହରରେ ଏତିକି ଖାଦ୍ୟ ପାଇଁ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ସମସ୍ତେ ଏହି ଭିଡିଓକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories