ପୁଣି ଗୁଗୁଲରେ ନମ୍ବର ଖୋଜି ଏମିତି ଠକି ହେଲେ- ଏତେ ଲକ୍ଷ ଟଙ୍କା ଓଡିଆ ବ୍ୟବସାୟୀଙ୍କର ଗଲା

ବ୍ରହ୍ମପୁର : ଗୁଗଲରୁ ନାୟାରା ଏନର୍ଜି ଲିମିଟେଡର ଅଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରିବା ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ା ନାୟାରା ପେଟ୍ରୋଲ ପମ୍ପ ଖୋଲିବା ନାଁରେ ସଂପୃକ୍ତ ବ୍ୟକ୍ତି ୩ ଲକ୍ଷ ୩୬ ହଜାର ୯୮୦ ଟଙ୍କା ଠକାମୀର ଶିକାର ହୋଇନ୍ତି। ଗୁରୁଗାଓଁର ପ୍ରଭାସ ନାମକ ଜଣେ ବ୍ୟକ୍ତି କମ୍ପାନୀର ଅଧିକାରୀ ବୋଲି ପରିଚୟ ଦେଇ ବ୍ରହ୍ମପୁରର ଏହି ଆବେଦନକାରୀଙ୍କ ଠାରୁ ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି ା ସୂଚନାପ୍ରକାରେ, ବ୍ରହ୍ମପୁର ଗୋସାଇଁନୂଆଗାଁ ସଦାନନ୍ଦ ବିହାରରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିଜ ପୁଅ ନାଁରେ ଏକ ନୂତନ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହଁୁଥିଲେ ା ସେହିକ୍ରମରେ ବ୍ୟକ୍ତି ଜଣଙ୍କ ଅନଲାଇନରେ ଗୁଗଲକୁ ଯାଇ ନାୟାର ପେଟ୍ରୋଲ ପମ୍ପ ଖୋଲିବାକୁ ଏହାର କମ୍ପାନୀ ବିଷୟରେ ସର୍ଚ୍ଚ କରିବା ସହ ନାୟାରା ଏନର୍ଜି ଲିମିଟେଡ ସଂସ୍ଥାର କୌଣସି ପ୍ରମୁଖ ଅଧିକାରୀଙ୍କ ମୋବାଇଲ ନମ୍ବର ମଧ୍ୟ ଗୁଗଲରେ ଖୋଜିଥିଲେ ା
ଗୁଗଲରୁ ନାୟରା ଏନର୍ଜି ଲିମିଟେଡର ଜଣେ ଅଧିକାରୀଙ୍କ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ପାଇବା ପରେ ଉକ୍ତ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ ା ଯୋଗାଯୋଗ ପରେ ଫୋନ ଗ୍ରହଣ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ପ୍ରଭାସ ବୋଲି ପରିଚୟ ଦେବା ସହ ଗୁରଗାଓଁ ସ୍ଥିତ ନାୟରା ଏନର୍ଜିର ଅଧିକାରୀ ବୋଲି ପରିଚୟ ଦେବା ସହ ନୂତନ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆବେଦନପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ବିଷୟରେ ଆଲୋଚନା କରିଥିଲେ। ଆଉ ପଞ୍ଜିକରଣ ଫି’ ବାବଦକୁ ପ୍ରଥମେ ୫୧ ହଜାର ଟଙ୍କା ଜମା କରିବାକୁ ଆବେଦନକାରୀଙ୍କୁ କହିଥିଲା ା ଟଙ୍କା ଜମା କରିବାକୁ ଗୁରୁଗାଁଓର ଅଧିକାରୀ ଜଣଙ୍କ ନାୟାରା ଏନର୍ଜି ଲିମିଟେଡ ନାମରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟ ବ୍ରହ୍ମପୁରର ଆବେଦନକାରୀଙ୍କୁ ଦେଇଥିଲେ ା ସେହିକ୍ରମରେ ଆବେଦନକାରୀ ସଂପୃକ୍ତ ଆକାଉଣ୍ଟରେ ୫୧ ହଜାର ଜମା କରିଥିଲେ ା ଏହାର ଗୋଟିଏ ଦିନ ପରେ ଆବେଦନପତ୍ର ସହ ଫି’ ବାବଦକୁ ୨ ଲକ୍ଷ ୮୫ ହଜାର ୯୮୦ ଟଙ୍କା ଜମା କରିବାକୁ ସଂପୃକ୍ତ ଅଧିକାରୀ ଜଣଙ୍କ କହିଥିଲେ ା ବ୍ରହ୍ମପୁରର ଆବେଦନକାରୀ ଜଣଙ୍କ ପୁଣି ସେହି ଆକାଉଣ୍ଟରେ ଉପରୋକ୍ତ ଟଙ୍କା ଜମା କରିଥିଲେ ା ଏହାପରେ ଆଉ କିଛି ଲକ୍ଷ ଟଙ୍କା ଜମା କରିବାକୁ ଗୁରୁଗାଓଁର ଅଧିକାରୀ ଜଣଙ୍କ କହିଥିଲେ ା ଏପରିକି ଟଙ୍କା ଜମା କରିବାକୁ ବାରମ୍ବାର ଆବେଦନକାରୀଙ୍କୁ ଫୋନ କରିଥିଲେ ା ଏଥିରେ ଆବେଦନକାରୀଙ୍କ ସନ୍ଦେହ ଉପୁଜିଥିଲା ା ଆଉ ସେ ବିଭିନ୍ନ ଦିଗରୁ ଯାଞ୍ଚ କରିବା ପରେ ସେ ଯେଉଁ ଟଙ୍କା ପଠାଇଛନ୍ତି ତାହା ପ୍ରକୃତ ନାୟାରା ଏନର୍ଜି ଲିମିଟେଡ କମ୍ପାନୀ ପାଖକୁ ଯାଇନାହିଁ କିମ୍ବା ସେ ଯାହା ସହ ଯୋଗାଯୋଗରେ ଅଛନ୍ତି ସେ କମ୍ପାନୀର କୌଣସି ଅଧିକାରୀ କିମ୍ବା କର୍ମଚାରୀ ନୁହଁନ୍ତି ବୋଲି ଜାଣିବାକୁ ପାଇଥିଲେ ା ନାୟାରା ଏନର୍ଜି କମ୍ପାନୀ ନାଁରେ ମିଥ୍ୟା ଆକାଉଣ୍ଟ ଖୋଲି ତାଙ୍କୁ ଏହି ବ୍ୟକ୍ତି ଜଣଙ୍କ ଠକିଥିବା ଆବେଦନକାରୀ ଜାଣିବାକୁ ପାଇଥିଲେ ା ସେ ସାଇବର ଠକେଇର ଶିକାର ହୋଇଥିବା ଜଣାପଡ଼ିବା ପରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ା ତାଙ୍କ ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ ଏକ ମାମଲା(ନଂ୩/୨୪)ରେ ଏକ ମାମଲା ରୁଜୁ ହୋଇଛି ା ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.