www.samajalive.in
Sunday, December 14, 2025
14.1 C
Bhubaneswar

ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ସ୍ଥିତି ଅନୁଧ୍ୟାନ 

ସାକ୍ଷୀଗୋପାଳ : ସତ୍ୟବାଦୀର ବକୁଳ ବନଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଶ କାର୍ଯ୍ୟର ଅଗ୍ରଗତି ସ୍ଥିତି ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମାଙ୍କ ସମେତ ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ଜୟନ୍ତ କୁମାର ଜୟସିଂ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଅନୁଧ୍ୟାନ କରିଛନ୍ତି।ବିଧାୟକ ଓ ଜିଲ୍ଲାପାଳ ବିଶ୍ୱବିଦ୍ୟାଳୟର ଆଡ଼ମିନ ବ୍ଲକ, ସ୍କଲାର ହଷ୍ଟେଲ, କାଫେଟାରିଆ, ଛାତ୍ରାବାସ, ପାଠାଗାର, ରାଧାକୁଣ୍ଡ ତୀର୍ଥ ପୁଷ୍କରିଣୀ  ଆଦିର କାର୍ଯ୍ୟ  ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ରହିଥିବା ଓବିସିସିର ବରିଷ୍ଠ ଅଧିକାରୀ  ଓ  ଠିକାଦାର ଭୁବନେଶ୍ୱର ଆଚାର୍ଯ୍ୟ ବ୍ରଦର୍ସର ଅଧିକାରୀ ମାନେ ଉପସ୍ଥିତ ରହି  ବିଧାୟକ ଓ ଜିଲ୍ଲାପାଳଙ୍କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଆଗାମୀ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ବିଶ୍ୱ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳ ଶ୍ରୀ  ବର୍ମା, ଓବିସିସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାକ୍ଷୀଗୋପାଳ କଲେଜ ଛକ ରାସ୍ତାରେ ବିଶ୍ୱବିଦ୍ୟାଳୟ ନାମରେ ଏକ ସୁନ୍ଦର ତୋରଣ କରାଯିବା ପାଇଁ ବିଧାୟକ ସାମନ୍ତରାୟ ପ୍ରସ୍ତାବ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories