www.samajalive.in
Sunday, December 14, 2025
26.1 C
Bhubaneswar

ଚିତ୍ରକଳା ପ୍ରଦର୍ଶନୀ

ପିପିଲି : ଉତ୍ତରାବଜାର ସ୍ଥିତ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ପରିସରରେ ଆଭାସି ମାଧ୍ୟମରେ ବରିଷ୍ଠ ଚିତ୍ରଶିଳ୍ପୀ ଶଶିକାନ୍ତ ରାଉତଙ୍କ ‘ଏସ୍‌‌କାନ୍ତସ୍‌‌ ବ୍ରସ୍‌‌ ସିଗ୍‌‌ନେଚର’ ଶୀର୍ଷକ ଏକକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ସିନେ ଅଭିନେତା କୁନା ତ୍ରିପାଠୀ ଯୋଗଦେଇ ଏହାକୁ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ ଯେ, ରଙ୍ଗମୟ ପୃଥିବୀକୁ କେବଳ ଚିତ୍ରଶିଳ୍ପୀ ରଙ୍ଗାୟିତ କରିବାର ସ୍ୱପ୍ନ ଦେଖେ ଓ ଶଶିକାନ୍ତଙ୍କ ଚିତ୍ରକଳାରେ ତାହା ଦେଖିବାକୁ ମିଳେ । ଚିତ୍ରରେ ଅଧିକ କଥା କହୁଥିବା ଚିତ୍ରଶିଳ୍ପୀ ସବୁବେଳେ ଯୋଗ ଓ ସାଧନାରେ ଥାଏ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବି.କେ ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା ଯୋଗଦେଇ ସାଧାରଣ ମଣିଷଙ୍କ କଥାକୁ କେବଳ ଜଣେ ଶିଳ୍ପୀ ଚିତ୍ରରେ ରୂପ ଦେଇପାରେ ବୋଲି ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସଂଳାପ ଲେଖକ ତଥା ଗୀତିକାର ବିଜୟ ମଲ୍ଲ ଯୋଗଦେଇ ଚିତ୍ରକଳାର ଭୂୟସୀ ପ୍ରଶଂସା କରିଥିଲେ । ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଚିତ୍ରଶିଳ୍ପୀ ଜନାର୍ଦ୍ଦନ ପରମଗୁରୁ ଏଥିରେ ସଭାପତିତ୍ୱ କରିଥିବା ବେଳେ ଚିତ୍ରଶିଳ୍ପୀ ଶଶିକାନ୍ତ ରାଉତ ନିଜର ଚିତ୍ରକଳା ସଂପର୍କରେ ଆଲୋକପାତ କରିଥିଲେ। ଓଡିଶା ତଥା ଭାରତର ବିଭିନ୍ନ କୋଣରୁ ଚିତ୍ରଶିଳ୍ପୀ ଓ ଚିତ୍ରପ୍ରେମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories