www.samajalive.in
Sunday, December 14, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ: ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ- ଭୟରେ ଏପରି କଲେ ହେଡ୍ କନେଷ୍ଟବଳ

ନୂଆଦିଲ୍ଲୀ – ଦିଲ୍ଲୀର ପୁଲିସ ସେବା କେନ୍ଦ୍ର ସରକାରଙ୍କ ଅଧିନରେ ଅଛି । ଏଥିରେ କୌଣସି ଦୁର୍ନୀତି ହେଲେ ସିବିଆଇ ଏହାର ତଦନ୍ତ କରିଥାଏ । ଏପରିକି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସିବିଆଇ ଧରିଥାଏ । ଦିଲ୍ଲୀ ପୁଲିସର ଜଣେ ହେଡ୍‌କନେଷ୍ଟବଳ ଲାଞ୍ଚ ନେଉଥିବା ବେଳେ ସିବିଆଇ ତାଙ୍କୁ ଧରିଛି । ଏହି ଘଟଣା ସିସିଟିଭିରେ କଏଦ୍‌ ହୋଇଛି । ମାତ୍ର ସିବିଆଇ ତାଙ୍କୁ ଗିରଫ କରୁଥିବା ଜାଣିଥିବା ବେଳେ ହେଡ୍‌କନେଷ୍ଟବଳ ଡରିଯାଇଥିଲେ । ସେ ଭୟରେ ସେହି ସ୍ଥାନରୁ ଦୌଡିଥିଲେ । ମାତ୍ର ସିବିଆଇ ଅଧିକାରୀମାନେ ଲାଞ୍ଚୁଆ ପୁଲିସ କର୍ମଚାରୀଙ୍କୁ ମାଡି ବସିଥିଲେ ।

- Advertisement -

ଘଟଣାଟି ଥିଲା ଏହିପରି । ଦିଲ୍ଲୀ ପୁଲିସର ଜଣେ ହେଡ କନେଷ୍ଟବଳ ଜଣେ ଦୋକାନୀ ମାଲିକଙ୍କୁ ଲାଞ୍ଚ ମାଗିଥିଲେ । ବିକ୍ରି ସମୟରେ ତାଙ୍କ ଦୋକାନା ଆଗରେ ହେଉଥିବା ପାର୍କିଂକୁ ଅଣ ଦେଖା କରିବା ପାଇଁ ସେ ଏହି ଲାଞ୍ଚ ମାଗିଥିଲେ । ନହେଲେ ସେ ସମସ୍ତ ଗାଡିରୁ ଜରିମାନା ଆଦାୟ କରିବେ, ତାଙ୍କ ଦୋକାନର ବିକ୍ରି କମିଯିବ ବୋଲି କହିଥିଲେ । ଏହାପରେ ଦୋକାନୀ ଜଣଙ୍କ ନିୟମ ଅନୁଯାୟୀ ସିବିଆଇରେ ଅଭିଯୋଗ କରିଥିଲେ ।

ହେଡକନେଷ୍ଟବଳ ୫୦ହଜାର ଟଙ୍କା ଲାଞ୍ଚ ନେବା ପାଇଁ ଆସିଥିଲେ । ଏହି ସମୟରେ ସିବିଆଇ ତାଙ୍କୁ ଧରିଥିଲା । ମାତ୍ର ଭୟରେ ହେଡ୍‌କନେଷ୍ଟବଳ ସେଠାରୁ ଦୌଡିଥିଲେ । ସିବିଆଇ ଟିମ୍‌ର ସଦସ୍ୟ ଏହି ହେଡ୍‌ କନେଷ୍ଟବଳଙ୍କୁ ପ୍ରମାଣ ସହ ଗିରଫ କରିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories