www.samajalive.in
Sunday, December 14, 2025
14.1 C
Bhubaneswar

ବାପା ମା’ ହୁଅନ୍ତୁ ସାବଧାନ, ଦେଖନ୍ତୁ ଏହି ଭିଡିଓ: ପବଜୀ ଖେଳିବାରୁ ପିଲାର ହାତ ଥରୁଛି – ଶୋଇକି ଡରରେ ଚିତ୍କାର କରୁଛି ନିଆଁ ନିଆଁ, ଖାଇପାରୁନି

ନୂଆଦିଲ୍ଲୀ – ଅନଲାଇନ୍‌ ଖେଳ ଭୟଙ୍କର ହୋଇପାରେ । ଏହା ପିଲାଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଛି । ଏହା ସହ ପିଲାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଛି । କେତକ ପିଲାଙ୍କ ନିକଟରେ ମାନସିକ ସମସ୍ୟା ସହ ପାଗଳାମୀ ଦେଖାଯାଉଛି ।

ଅନ୍‌ଲାଇନ୍‌ ଗେମ୍‌ ଖେଳି ଜଣେ ବାଳକର ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଛି । ଏବେ ତାହାର ହାତ ସବୁବେଳେ ଥରୁଛି । କେବେଳ ସେତିକି ନୁହେଁ ପିଲାଟି ଭଲରେ ଶେଇ ପାରୁନାହିଁ । ଶୋଇବା ଅବସ୍ଥାରେ ଡରରେ ନିଆଁ ନିଆଁ ବୋଲି ପାଟି କରୁଛି ।

- Advertisement -

ଖାଇବା ପିଇବା ବେଳେ ହାତ ଏତେ ଜୋରରେ ଥରୁଛି ଯେ ପିଲାଟି ଖାଇପାରୁ ନଥିବା ଜଣା ପଡିଛି । ଭିଡିଓରେ ଆପଣ ଦେଖିପାରିବେ ପିଲାଟି ବସିବା ଅବସ୍ଥାରେ ହାତ ଜୋରରେ ଥରୁଛି । ତା ନିକଟରେ ନ୍ୟୁରୋ ସମସ୍ୟା ଦେଖା ଦେଇଛି ।

ଏବେ ପିଲାମାନେ ବାପା ମାଆଙ୍କ ଠାରୁ ଲୁଚାଇକରି ସ୍ମାର୍ଟ ଫୋନ୍‌ରେ ଅନେକ କୁକାର୍ଯ୍ୟ କରୁଛନ୍ତି ।ଏହା ସହ ବିଭିନ୍ନ ଖରାପ ଗେମ୍‌ ଖେଳୁଛନ୍ତି । ଏହା ନିଶାଠାରୁ ବି ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି । କେବଳ ବାପା ମାଆ ଉଭୟ ଚାକିରି କରୁଥିଲେ ପିଲା ଅଧିକ ଫୋନ୍‌ ବ୍ୟବହାର କରିବା ସହ ଅନ୍ୟ କାର୍ଯ୍ୟରେ ଲିପ୍ତ ହେବାର ଆଶଙ୍କା ମଧ୍ୟ ଅଧିକ । ଏଥିପ୍ରତି ସମସ୍ତ ଅଭିଭାବକ ଏବେ ବାପା ମାଆ ସଚେତନ ହେବା ଆବଶ୍ୟକ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories