ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର “ମହାନଦୀ” ଦିଲ୍ଲୀରେ ‘ନଦୀ ଉତ୍ସବ’ରେ ପ୍ରଦର୍ଶୀତ

ନୂଆଦିଲ୍ଲୀ – ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବର ଉଦଘାଟନୀ ଅବସରରେ ପ୍ରଥମ ଚଳଚ୍ଚିତ୍ର ଭାବେ “ମହାନଦୀ” ପ୍ରଦର୍ଶୀତ ହୋଇଛି ।

ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ (ଆଇଜିଏନସିଏ), କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏକ ଅନୁଷ୍ଠାନ ଗତ କିଛି ବର୍ଷ ଧରି ‘ନଦୀ ଉତ୍ସବ’ ଆୟୋଜନ କରିଆସୁଛି।

ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ପ୍ରାମାଣିତ ଚଳଚ୍ଚିତ୍ର ଉତ୍ସବ ପାଇଁ ଚଳଚ୍ଚିତ୍ର ପଠାଇଥିଲେ । ସେଥିମଧ୍ୟରୁ ୧୨ ଟି ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ପାଇଁ ମନୋନୀତ ହୋଇଥିଲା | ଏହି ତିନି ଦିନିଆ ନଦୀ ମହୋତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ “ମହାନଦୀ – କବିଙ୍କ କଳ୍ପନାରେ ନଦୀ” ମନୋନୀତ ହୋଇଥିଲା |

ମହାନଦୀ ଚଳଚ୍ଚିତ୍ର ପ୍ରଦର୍ଶନ ପରେ ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଠାରେ ନିର୍ଦ୍ଦେଶକ ଯୁବନାଶ୍ୱ ମିଶ୍ର, ନିର୍ମାତା ଅଶୋକ କୁମାର ପଣ୍ଡା ଏବଂ ଏହି ସାହିତ୍ୟିକ ଗବେଷକ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥିଲେ ।

Comments are closed.