ଓଡ଼ିଆ ସୀମାଶୁଳ୍କ ଅଧିକାରୀଙ୍କୁ ମିଳିଲା ସମ୍ମାନଜନକ ବିଶ୍ୱ ସୀମାଶୁଳ୍କ ଶ୍ରେଷ୍ଠତା ପ୍ରମାଣପତ୍ର

ଭୁବନେଶ୍ୱର- ବରିଷ୍ଠ ଓଡିଆ ସୀମାଶୁଳ୍କ ଅଧିକାରୀ ତଥା ଭୁବନେଶ୍ୱର ସୀମାଶୁଳ୍କର ଯୁଗ୍ମ କମିଶନର ସୁଶାନ୍ତ ମିଶ୍ରଙ୍କୁ ସମ୍ମାନଜନକ ବିଶ୍ୱ ସୀମାଶୁଳ୍କ ଶ୍ରେଷ୍ଠତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଶ୍ୱ ସୀମାଶୁଳ୍କ ସଂସ୍ଥା ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ସୀମା ଶୁଳ୍କ ଅଧିକାରୀମାନଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ବ୍ରସେଲ୍ସରେ ଥିବା ବିଶ୍ୱ ସୀମାଶୁଳ୍କ ସଂସ୍ଥା ପକ୍ଷରୁ ଭାରତୀୟ ଅଧିକାରୀଙ୍କୁ ନିଜର କର୍ମକ୍ଷେତ୍ରରେ କାର୍ଯ୍ୟକୁଶଳତା ପ୍ରମାଣ କ୍ଷେତ୍ରରେ ଏହି ସମ୍ମାନ ପ୍ରଦାନ କରିଛନ୍ତି । କେନ୍ଦ୍ର ରାଜସ୍ୱ ସଚିବ ସଂଜୟ ମାଲହୋତ୍ରା ଅନ୍ତର୍ଜାତୀୟ ସୀମାଶୁଳ୍କ ଦିବସ -୨୦୨୪ ପାଳନ ଅବସରରେ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

prayash

କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁର ଗାଁରେ ଜନ୍ମିତ  ସୁଶାନ୍ତ ମିଶ୍ର ପବ୍ଲିକ ଫାଇନାନ୍ସ, ବଜେଟ ପ୍ରସ୍ତୁତି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୪ଟି କେନ୍ଦ୍ରୀୟ ବଜେଟ ପ୍ରସ୍ତୁତିରେ ତାଙ୍କର ଯୋଗଦାନ ରହିଛି । ଗତ କିଛିଦିନ ତଳେ ତାଙ୍କରି ନେତୃତ୍ୱରେ ପାରାଦୀପ ବନ୍ଦରରେ ସୀମାଶୁଳ୍କ ବିଭାଗ ଦ୍ୱାରା ଏକ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ କରାଯାଇଥିଲା ।

 

Comments are closed.