www.samajalive.in
Saturday, December 6, 2025
16.1 C
Bhubaneswar

ଆମେରିକାରେ ଓଡିଆ ଖ୍ରୀଷ୍ଟିୟାନ ଆଚାର୍ଯ୍ୟଙ୍କ ଦେହାନ୍ତ

ଫୁଲବାଣୀ : ଆମେରିକାର ନ୍ୟୁୟର୍କରେ ରହୁଥିବା ଓଡିଆ ଖ୍ରୀଷ୍ଟିୟାନ ଆଚାର୍ଯ୍ୟ ତଥା ଧର୍ମ ପ୍ରଚାରକ ବ୍ରାଉନ ନାୟକଙ୍କର ଗତ ଅଗଷ୍ଟ ୧୫ ତାରିଖରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଆଚାର୍ଯ୍ୟ ବ୍ରାଉନ୍‍ ୧୯୪୮ ମସିହାରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ମଲ୍ଲିକପଡି ପଂଚାୟତ ଅନ୍ତର୍ଗତ ମୁକୁଲିଙ୍ଗିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ନିଜ ଅଧ୍ୟବସାୟ ବଳରେ ଜି.ଉଦୟଗିରିରୁ ପ୍ରାଥମିକ ଶିକ୍ଷା ଏବଂ କଟକ ଖ୍ରୀଷ୍ଟ କଲେଜରୁ ସ୍ନାତକୋତର ଶିକ୍ଷା ଶେଷ କରି ବାଙ୍ଗାଲୁରରେ ବାଇବେଲରେ ବିଇଡି କରିଥିଲେ। କିଛି ଦିନ ସେ ନିଜ ଗ୍ରାମର ସ୍କୁଲରେ ଶିକ୍ଷକତା କରିଥିଲେ। ଏଥି ସହ ଜି.ଉଦୟଗିରି ଡାଏସିସ୍‍ ଅଫ କଟକ ଆନୁକୁଲ୍ୟରେ ମିଶନାରୀ ଭାବେ କାର୍ଯ୍ୟ କରିଥିଲେ। ସଂଖ୍ୟାଲଘୁ ନେତା ସ୍ୱର୍ଗତ ଅନାମାୟକଙ୍କ ସାହାଯ୍ୟରେ ସେ ୧୯୭୪ରେ ଆମେରିକା ଯାଇ ସେଠାରେ ଟେଲିଭିଜନ ପ୍ରଚାରକ ଭାବେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଥିଲେ। ପରେ ସେଠାରେ ବିବାହ କରି ସେଠାକାର ନାଗରିକତ୍ୱ ଗ୍ରହଣ କରି ରହି ଯାଇଥିଲେ। ସେ ଆମେରିକାରେ ରହୁଥିଲେ ମଧ୍ୟ ନିଜ ଭିଟା ମାଟି ପ୍ରତି ନିଜର ଦାୟିତ୍ୱକୁ ଭୁଲି ନଥିଲେ। ସେ ଅନେକ ଅନାଥ ଛାତ୍ରଚାତ୍ରୀଙ୍କୁ ପଢିବାରେ ସହୟତା କରୁଥିଲେ। ତାଙ୍କ ବିୟୋଗରେ ଜି.ଉଦୟଗିରି ସମେତ ସମଗ୍ର ଜିଲାରେ ଶୋକର ଛାୟା ଖେଳି ଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories