www.samajalive.in
Saturday, December 6, 2025
19.1 C
Bhubaneswar

ସୁଶାନ୍ତଙ୍କୁ ନ୍ୟାୟ ନ ଦେବାକୁ ବଲିଉଡ ମୁଭି ମାଫିଆଙ୍କ ରାଜ ଖୋଲିଲେ କଙ୍ଗନା

ଆଜି ସୁପ୍ରିମକୋର୍ଟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇକୁ ଅନୁମତି ଦେବା ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ଏହାକୁ ସୁଶାନ୍ତ ସିଂ ରାଜପୁତ (ଏସଏସଆର) ଯୋଦ୍ଧାମାନଙ୍କ ବିଜୟ ବୋଲି କହିଛନ୍ତି। ଏକ ଘରୋଇ ଟିଭି ସହ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ସ୍ଥାନରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ସିବିଆଇ ତଦନ୍ତ ନେଇ ଲୋକମାନେ ଦାବି କରୁଥିଲେ। ସେ କହିଛନ୍ତି ଯେ ଗଣମାଧ୍ୟମ ଅଭିନେତା ଅଭିନେତ୍ରୀଙ୍କୁ ମଣିଷ ଭାବରେ ବିଚାର କରେ ନାହିଁ ବରଂ ମନୋରଞ୍ଜନର ଏକ ମାଧ୍ୟମ ଭାବେ ବିଚାର କରିଥାଏ। ସୁଶାନ୍ତଙ୍କୁ କେବଳ ଜଣେ ଅଭିନେତା ଭାବରେ ନୁହେଁ, ସମସ୍ତେ ନିଜର କେହି ଜଣେ ଗଲାପରେ ଯେମିତି ବ୍ୟଥିତ ହୁଅନ୍ତି ସେମିତି ଅନୁଭବ କରିଥିଲେ ଯାହା ପରବର୍ତ୍ତୀ ସମୟରେ ସାରା ଦେଶକୁ ଏକ କରିଥିଲା ଏବଂ ସେଥିପାଇଁ ଆଜି ଏତେ ବଡ ବିଜୟ ହାସଲ ହୋଇପାରିଲା।

ଯେତେବେଳେ ସାମ୍ବାଦିକ ଜଣଙ୍କ ପଚାରିଥିଲେ ଯେ ଆଗରୁ ଏହି ମାମଲାରେ ଚୁପ ରହୁଥିବା କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ବଲିଉଡ ସହ ସମ୍ପର୍କିତ ବ୍ୟକ୍ତି ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରୁଛନ୍ତି, କଙ୍ଗନା କହିଥିଲେ ଯେ ବଲିଉଡରେ ଏଭଳି ରାକେଟ ମଧ୍ୟ ଅଛି ଓ ସେହି ରାକେଟରେ ଜଣେ ଚୁପ ରହିଲେ ସମସ୍ତେ ଚୁପ। ସେ କହିଥିଲେ ଯେ ଅଭିନେତା ଅମୀର ଖାଁ ପିକେ ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ସହ କାମ କରିଛନ୍ତି କିନ୍ତୁ ଅମୀର କିଛି ନ କହିଲେ ଅଭିନେତ୍ରୀ ଅନୁଷ୍କା ମଧ୍ୟ କିଛି କହିବେନି, ପ୍ରଡ୍ୟୁସର ଆଦିତ୍ୟ ଚୋପ୍ରା କି ତାଙ୍କ ପତ୍ନୀ ରାଣୀ ମୁଖାର୍ଜୀ ମଧ୍ୟ କିଛି କହିବେ ନାହିଁ। କଙ୍ଗନା କହିଛନ୍ତି ଯେ ସେମାନେ ଗ୍ୟାଙ୍ଗ ଭଳି କାମ କରୁଛନ୍ତି ଓ ଚୁପଚାପ ବସିଛନ୍ତି।

- Advertisement -

କଙ୍ଗନା କହିଛନ୍ତି ଯେ ଯେଉଁ ବ୍ୟକ୍ତି ସହ ସାଥି କଳାକାର ଭାବେ ସେମାନେ ଅଭିନୟ କରିଛନ୍ତି, କେମିତି ସେମାନେ ଚୁପ ରହିପାରୁଛନ୍ତି। ସେମାନଙ୍କୁ ଲାଗୁଛି ଯେମିତି ମଶା କି ମାଛିଟେ ମରିଯାଇଛି। ଏବେ ସବୁ କିଛି ଦେଶବାସୀଙ୍କ ସାମ୍ନାରେ ଖୋଲିଯାଇଛି କାରଣ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁରେ ତାଙ୍କ ପିତା ଓ ଭଉଣୀ ଦୁଃଖରେ ଅଛନ୍ତି ସେତେବେଳେ ଏହି ସାଥି କଳାକାରମାନେ ପଦୁଟିଏ ମଧ୍ୟ ଆଶ୍ୱାସନାର କଥା କହୁନାହାନ୍ତି।

ସେ କହିଛନ୍ତି ଯେ ଯେଉଁମାନେ ସୁଶାନ୍ତଙ୍କୁ ଦିନେ ଅସଫଳ, ଧର୍ଷଣକାରୀ ବୋଲି କହୁଥିଲେ ସେହି ମୁଭି ମାଫିଆମାନେ ପରେ ସୁଶାନ୍ତଙ୍କୁ ମାନସିକ ରୋଗୀ ଭାବେ ଚିତ୍ରଣ କରିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories