ଭୁବନେଶ୍ଵର: ମୁକ୍ତିଲାଭ କରିଛି ଦୁଇଟି ଓଡ଼ିଆ ଭଜନ, ‘ତୋ ବଡ଼ ପଣ କୁ ଧିକ’, ଓ ‘ରାଗିଛ କି କୁହ କାଳିଆ ଧନ’। ଏହି ଦୁଇ ଭଜନର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ‘ବାବୁ ବାବୁ’। ସ୍ଥାନୀୟ ବୁଲନ ଭାଇ ସେବାଶ୍ରମରେ ଏହାର ସିଡି ଉନ୍ମୋଚନ କରାଯାଇଛି। ‘ତୋ ବଡ଼ ପଣକୁ ଧିକ’ ଭଜନରେ ଅଭିନୟ କରିଛନ୍ତି ଓଲିଉଡ ନିର୍ଦ୍ଦେଶକ ତଥା ଅଭିନେତା ଅଶ୍ୱିନ ଓ ରଶ୍ମିତା।ପ୍ରଯୋଜନା ଭାର ବହନ କରିଛନ୍ତି ରାଘବ ସ୍ୱାଇଁ। ଅନ୍ୟ ଏକ ଭଜନ ‘ରାଗିଛ କି କୁହ କାଳିଆ ଧନ’ରେ ଅଭିନୟ କରିଛନ୍ତି ରଶ୍ମିତା ଓ ଦେବସ୍ମିତା। ପ୍ରଯୋଜନା ଭାର ବହନ କରିଛନ୍ତି ରଣଜିତ ନାଥ। ସିଡି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ମିଡିଆ ସଂଯୋଜକ ପ୍ରଣୟ ଜେଠି ଯୋଗଦାନ କରିଥିଲେ।
Popular Categories



