www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ବିନ୍‌ ସିଟିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା, ଆଜି ଗଡ଼ିଲା ଅଯୁଗ୍ମ ନମ୍ବର ଥିବା ଯାନବାହନ

ଭୁବନେଶ୍ଵର: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ଟ୍ବିନ୍‌ ସିଟି ଭୁବନେଶ୍ଵରରେ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି। ନିୟମ ଅନୁସାରେ ଶନିବାର ୨୧ ତାରିଖ ଅର୍ଥାତ ଅଯୁଗ୍ମ ତାରିଖ ଥିବାରୁ ଆଜି କେବଳ ଅଯୁଗ୍ମ ନମ୍ବର ଥିବା ଯାନବାହାନ ଚଳାଚଳ କରୁଛି। ରାଜଧାନୀ ଭୁବନେଶ୍ଵର ସମେତ କଟକରେ ଅଯୁଗ୍ମ ନମ୍ବର ଥିବା ଅଟୋ ଏବଂ ଟ୍ୟାକ୍ସି ଚଳାଚଳ କରୁଛି। ଯେଉଁମାନେ ନିୟମ ବିଷୟରେ ଜାଣି ନ ପାରି ଗାଡ଼ି ଧରି ବଜାରକୁ ଚାଲିଆସିଛନ୍ତି ସେମାନେ ଏ ବିଷୟରେ ଅବଗତ ହେବା ପରେ ଏହାକୁ ସମର୍ଥନ କରି ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି। ଆସନ୍ତା କାଲି ଅର୍ଥାତ ରବିବାର ୨୨ ତାରିଖରେ କେବଳ ଯୁଗ୍ମ ନମ୍ବର ଥିବା ଯାନବାହନ ଚଳାଚଳ କରିବ। ଜନସାଧାରଣ ଏହାକୁ ସ୍ବତ୍ତଃପ୍ରବୃତ ଭାବେ ସମର୍ଥନ କରିବା ସହିତ ସରକାରଙ୍କ ପଦକ୍ଷେପକୁ ସମ୍ମାନ ଜଣାଇ ସ୍ବାଗତ କରିଛନ୍ତି। ତେବେ ଜରୁରିକାଳୀନ ସେବାରେ ନିୟୋଜିତ ଯାନବାହନଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି।

କେବଳ ଟ୍ବିନ୍‌ ସିଟି ନୁହେଁ, କେନ୍ଦୁଝରରେ ଜିଲା ପ୍ରଶାସନ ପକ୍ଷରୁ ଅନୁରୂପ ଫର୍ମୁଲା ଲାଗୁ ହୋଇଛି। ଜିଲାର କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ ଏବଂ ଆନନ୍ଦବଜାର ପୌରାଞ୍ଚଳରେ ଏହି ଫର୍ମୁଲା ଲାଗୁ ହୋଇଛି। ସେଠାକାର ଲୋକମାନେ ମଧ୍ୟ ନିୟମକୁ ସମ୍ମାନ ଜଣାଇ ଆଜି କେବଳ ଅଯୁଗ୍ମ ନମ୍ବର ଥିବା ଗାଡ଼ିରେ ଯାତାୟାତ କରୁଛନ୍ତି। ସେହିପରି ମୟୂରଭଞ୍ଜ ଜିଲାରେ ବି ପ୍ରଶାସନ ପକ୍ଷରୁ ଏହି ନିୟମ ଲାଗୁ ହୋଇଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories