www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ଭୁବନେଶ୍ଵରରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ଭୁବନେଶ୍ଵର: ଦିଲ୍ଲୀ ସରକାରଙ୍କ ଭଳି ଓଡ଼ିଶା ସରକାର ଅଡ୍‌-ଇଭିନ(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ କରିଛନ୍ତି।  ଆଜି ଠାରୁ ଏହି ବ୍ୟବସ୍ଥା ଭୁବନେଶ୍ଵରରେ ଲାଗୁ ହେବ। ତେବେ ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଏହି ନିୟମ ଲାଗୁ ହେଉଥିବାବେଳେ ଭୁବନେଶ୍ଵରରେ ଏହା କରୋନା ଭୂତାଣୁର ମୁକାବିଲା ସକାଶେ କାର୍ଯ୍ୟକାରୀ ହେବ। ମାତ୍ର ଘରୋଇ ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। କେବଳ ସରକାରୀ ଯାନ ଏଥିରେ ସାମିଲ ହେବେ। ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକ ଏଥିରୁ ବାଦ୍‌ ପଡ଼ିବେ। ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଥିବା ସରକାରୀ ଯାନବାହନ ଚଳାଚଳ କରିବ। ସେହିପରି ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚାଲିବ। ଅର୍ଥାତ୍‌ ଆସନ୍ତା କାଲି ୨୧ ତାରିଖ ଥିବାରୁ ଏହି ଦିନ କେବଳ ଅଯୁଗ୍ମ ନମ୍ବର ଥିବା ସରକାରୀ ଯାନ ଚାଲିବ। ୨୨ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଚଳାଚଳ କରିବ ବୋଲି ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories