ବିଶେଷଜ୍ଞଙ୍କ ମତରେ ବିଭିନ୍ନ ପ୍ରକାର ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ସୂର୍ଯ୍ୟକିରଣ ଶରୀର ପାଇଁ ମହୌଷଧି ସଦୃଶ କାମ କରିଥାଏ। ସକାଳର ସୂର୍ଯ୍ୟକିରଣ ସମସ୍ତଙ୍କ ନିମନ୍ତେ ଖୁବ୍ ଉପଯୋଗୀ। ଆମେରିକାର ଜନୈକ ନାମୀ ବିଶେଷଜ୍ଞ ଆର୍ଥର ସିଓନ୍ଙ୍କ ମତରେ କରୋନା ପରି ଭାଇରସ୍ର ପ୍ରଭାବରୁ ବର୍ତ୍ତିବାକୁ ଚାହୁଁଥିଲେ, ପ୍ରାତଃଭ୍ରମଣ କରନ୍ତୁ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ଖରା ପଡ଼ୁଥିବା ସ୍ଥାନରେ ଯେ କୌଣସି କାମ କରନ୍ତୁ। ସୂର୍ଯ୍ୟକିରଣ ଶରୀରକୁ ଭିଡାମିନ୍ ଡି ଯୋଗାଉଥିବାବେଳେ କରୋନା ଭାଇରସ୍କୁ ନିପାତ କରିବାରେ ସହାୟକ ହୋଇଥାଏ।
– ଭାରତ ପରି ଗ୍ରୀଷ୍ମପ୍ରଧାନ ଦେଶରେ ଏଇ ଭାଇରସ୍ରେ ଲୋକେ ଯଦିଓ ଆକ୍ରାନ୍ତ ହେଉଛନ୍ତି, ତେବେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ୍। ଦେଶର ବର୍ଦ୍ଧିତ ତାପମାତ୍ରା ହିଁ ଏ ଦିଗରେ ସହାୟକ ହେଉଛି ବୋଲି ବିଶେଷଜ୍ଞଙ୍କ ମତ। ବିଦେଶୀ ରାଇଜ ଯେଉଁଠାରେ କରୋନାର ପ୍ରଭାବ ସର୍ବାଧିକ, ସେଠାରେ ବର୍ତ୍ତମାନ ସୁଦ୍ଧା ଶୀତ ଲହରୀ ରହିଛି। ବର୍ତ୍ତମାନ ସମୟରେ ଚୀନ୍ରେ ତାପମାତ୍ରା ୨୨-୨୪ ଡିଗ୍ରୀ ରହୁଥିବାବେଳେ ଇଟାଲୀରେ ୧୮ଡିଗ୍ରୀରୁ କମ୍ ତାପମାତ୍ରା ରହୁଛି, ଯେଉଁ କାରଣରୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଇଟାଲୀରେ ବଢ଼ୁଛି ବୋଲି ଅନୁମାନ କରାଯାଉଛି।
– ମିଳିଥିବା ଏକ ତଥ୍ୟ ଅନୁସାରେ, ସଂଖ୍ୟାଧିକ ବିଦେଶୀ ପର୍ଯ୍ୟଟକ ବର୍ତ୍ତମାନ ଭାରତ ଆସିବାକୁ ଚାହୁଁଛନ୍ତି। ହେଲେ ବିଦେଶ ଗସ୍ତ କଟକଣା ଆରମ୍ଭ ହୋଇଯାଇଥିବାରୁ ସେମାନେ ଆସିପାରୁ ନାହାନ୍ତି।
– କକ୍ଷର ଝରକା ପୂରା ଦିନ ଖୋଲା ରଖନ୍ତୁ, ଯେପରି ସୂର୍ଯ୍ୟକିରଣ ଭଲଭାବେ ବିଚ୍ଛୁରିତ ହୋଇପଡ଼ିବ। ଛୋଟ ପିଲାଙ୍କ ଠାରୁ ବୟସ୍କ ଲୋକ ସମସ୍ତେ ୩୦-୪୦ ମିନିଟ୍ ଖରାରେ ବୁଲାବୁଲି କରିବା ଏଇ ରୋଗ ନିମନ୍ତେ ମୁଖ୍ୟ ଅସ୍ତ୍ର ଭାବେ କାମ କରୁଥିବାର ଜଣାପଡ଼ିଛି।



