www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ପବିତ୍ର ମହାବାରୁଣୀ ସ୍ନାନ ଯୋଗ : ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ୧୪୪ ଧାରା ଜାରି

ଯାଜପୁର: ଆଜି ପବିତ୍ର ମହାବାରୁଣୀ ସ୍ନାନ ଯୋଗ । ୧୨ବର୍ଷରେ ଥରେ ଏହି ସ୍ନାନ ଯୋଗ ପଡିଥାଏ । ମାତ୍ର ଚଳିତ ବର୍ଷ କରୋନା ପାଇଁ ଯାଜପୁର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ୧୪୪ ଧାରା ଜାରି କରାଯାଇଛି। ୨ପ୍ଲାଟୁନ ପୁଲିସ ମଧ୍ୟ ମୁତୟନ କରାଯାଇଛି । ବାରୁଣୀ ବୁଡକୁ ଶ୍ରଦ୍ଧାଳୁମାନେ ନ ଆସିବାକୁ ବିଭିନ୍ନ ଜାଗାରେ ପୁଲିସ ପକ୍ଷରୁ ଚେକପୋଷ୍ଟ କରାଯାଇ ବାରୁଣୀ ସ୍ନାନକୁ ବାରଣ କରାଯାଇଛି । ଚଳିତ ବର୍ଷ ମହାବାରୁଣୀ ସ୍ନାନ ଯୋଗ ଥିବାରୁ ପିଣ୍ଡଦାନ ଏବଂ ବୁଡ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଥିଲା । ପୂର୍ବରୁ ମଧ୍ୟ ଏନେଇ ପୌରପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମାତ୍ର ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନାକୁ ରୋକିବା ନିମନ୍ତେ ଯାଜପୁର ଜିଲା ପ୍ରଶାସନ ନିଷ୍ପତ୍ତି କ୍ରମେ ଦଶାଶ୍ୱାମେଧ ଘାଟ ଏବଂ ପାଖାପାଖି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି ।
ଆଜି ସକାଳୁ ସହରର ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସକାଳୁ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଘାଟ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଜିଲାପାଳ ଯାଜପୁରବାସୀଙ୍କୁ ଆଜିର ଦିନରେ ବୁଡକୁ ନ ଆସି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ସ୍ଥାନୀୟ ପୂଜାରୀ, ପୁରୋହିତମାନେ ସମର୍ଥନ କରିବା ସହ ରୋଗ ଯାଜପୁରବାସୀଙ୍କ ମଧ୍ୟରେ ନ ବ୍ୟାପୁ ବୋଲି ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସକାଳୁ ଜିଲାପାଳ ରଂଜନ କୁମାର ଦାସ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ବିଡିଓ ସୌରଭ ଚକ୍ରବର୍ତୀ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ବାରୁଣୀ ଘାଟ ଅଞ୍ଚଳ ବୁଲି ଦେଖିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories