www.samajalive.in
Thursday, December 11, 2025
15.1 C
Bhubaneswar

ଖାଇବା ବେଳେ ଏଥି ପ୍ରତି ଧ୍ୟାନ ଦିଅନ୍ତୁ, ରହିବନି ମୋଟାପଣ ସମସ୍ୟା

ସାଧାରଣତଃ ଶରୀରରକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରତିଦିନ ଗ୍ରହଣ କରୁଥିବା ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ଖାଦ୍ୟ ଓ ଖାଦ୍ୟ ଖାଇବାର ସମୟରେ କୌଣସି ପ୍ରକାର ଅବହେଳା ବା ତ୍ରୁଟି ଘଟିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତା’ ମଧ୍ୟରୁ ଓଜନ ବୃଦ୍ଧି ବା ମୋଟାପଣ ଏକ ପ୍ରମୁଖ ସମସ୍ୟା। କିଛି ସମୟରେ ଲୋକେ ପାଟିକୁ ସ୍ବାଦିଷ୍ଟ ଲାଗୁଥିବା କିଛି ଖାଦ୍ୟ ଯେପରିକି ଚିପ୍ସ କିମ୍ବା କୌଣସି ପ୍ରକାର ଜଙ୍କ୍ ଫୁଡ୍ ଖାଉଥିବାର ଲକ୍ଷ୍ୟ କରାଯାଏ। ଏହାଦ୍ଵାରା ପେଟ ପୂରିଯାଏ ସତ ମାତ୍ର ଏଥିରେ ଅଧିକ ମାତ୍ରାରେ ଥିବା କ୍ୟାଲୋରୀ ଓଜନ ବଢ଼ାଇ ଥାଏ। ତେବେ ଚାଲନ୍ତୁ ଜାଣିବା ଖାଦ୍ୟ ଓ ଖାଦ୍ୟ ଗ୍ରହଣର ସମୟ ବିଷୟରେ କିଛି ବିଶେଷ କଥା, ଯାହା ଉପରେ ଧ୍ୟାନ ଦେଲେ ଓଜନ ଠିକ୍ ରହିବା ସହ ମେଦ ବୃଦ୍ଧିରୁ ମୁକ୍ତି ମିଳିବ –

– ଟିଭି ଦେଖୁଥିବା ସମୟରେ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ଵାରା ଖାଦ୍ୟ ଉପରେ ଧ୍ୟାନ ନଥାଏ। ଭୋଜନ ସବୁବେଳେ ଧ୍ୟାନ ସହକାରେ ଗ୍ରହଣ କରିବା ଉଚିତ୍। ଧିରେ ଧିରେ ଖାଦ୍ୟକୁ ଚୋବାଇ ଖାଇବା ଦ୍ଵାରା ପାଚନ କ୍ରିୟା ମଧ୍ୟ ସଠିକ୍ ଭାବେ ହୋଇଥାଏ।
– ପ୍ରତିଦିନ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରନ୍ତୁ। ପୋଷକ ତତ୍ତ୍ଵ ଥିବା ଖାଦ୍ୟ ପ୍ରତିଦିନ ଗ୍ରହଣ କରିବା ଉଚିତ୍।
– କାର୍ୟ୍ୟାଳୟରେ ଚା’ ଓ କଫି ଅଧିକ ମାତ୍ରାରେ ପିଉଥିଲେ ଏହା ମେଦ ବୃଦ୍ଧିର କାରଣ ହୋଇଥାଏ। ଏହା ବଦଳରେ ଯଦି ଗ୍ରୀନ୍ ଟି ପିଅନ୍ତି ତେବେ ଏହା ମେଦ କମାଇବା ପାଇଁ ଲାଭପ୍ରଦ ହୋଇଥାଏ।
– ଅଧିକ ପାଣି ପିଇଲେ ଓଜନ ବୃଦ୍ଧି ସମସ୍ୟା ଦେଖା ଦେଇନଥାଏ।
– ଗୋଟିଏ ସମୟରେ ଅଧିକ ନଖାଇ ଅଳ୍ପ ସମୟ ବ୍ୟବଧାନରେ କିଛି କିଛି ଖାଦ୍ୟ ଖାଆନ୍ତୁ।
– ଭୋକ ସମୟରେ କୌଣସି ଜଙ୍କ୍ ଫୁଡ ଖାଆନ୍ତୁ ନାହିଁ।
– ସକାଳ ଖାଦ୍ୟ ଗ୍ରହଣ ନକରିବା ଦ୍ଵାରା ଦ୍ଵିପ୍ରହରରେ ଆପଣଙ୍କୁ ଅଧିକ ମାତ୍ରାରେ ଭୋକ ଲାଗିଥାଏ। ଏକସଙ୍ଗରେ ଆମେ ଅଧିକ ମାତ୍ରାରେ ଖାଇଦେଉ। ଏହି କାରଣରୁ ମେଦ ବୃଦ୍ଧି ଘଟିଥାଏ। ତେଣୁ ସକାଳ ଜଳଖିଆ ଅଧିକ ମାତ୍ରାରେ ଗ୍ରହଣ କରନ୍ତୁ।
– ଶୋଇବାର ୨ଘଣ୍ଚା ପୂର୍ବରୁ ଖାଦ୍ୟ ଗ୍ରହଣ କରନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories