www.samajalive.in
Wednesday, December 10, 2025
26.1 C
Bhubaneswar

ଦିଲ୍ଲୀରେ ବ୍ୟାପୁଛି ସ୍ୱାଇନଫ୍ଲ୍ୟୁ, ୮ ମୃତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଇନଫ୍ଲ୍ୟୁରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‍ସିଡିସି) ରିପୋର୍ଟ ଅନୁସାରେ ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ମହାରାଷ୍ଟ୍ରରେ ସ୍ୱାଇନଫ୍ଲ୍ୟୁର ସର୍ବାଧିକ ପ୍ରଭାବ ରହିଛି। ଏବେ ଦିଲ୍ଲୀରେ ସ୍ୱାଇନଫ୍ଲ୍ୟୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି।
ଦିଲ୍ଳୀସ୍ଥିତ ରାମମନୋହର ଲୋହିୟା ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜଧାନୀରେ ସୋମବାର ସୁଦ୍ଧା ସ୍ୱାଇନଫ୍ଲ୍ୟୁରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ଏହା ମଧ୍ୟରେ ପାଖାପାଖି ୫୦୦ ସ୍ୱାଇନଫ୍ଲ୍ୟୁ ମାମଲା ସାମ୍ନାକୁ ଆସିଛି। ଏମ୍ସ, ଲୋକନାୟକ, ଆପୋଲୋ, ମ୍ୟାକ୍ସ ଏବଂ ଫୋର୍ଟିଜ୍‍ ଭଳି ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁଯାୟୀ ଗତ କିଛି ସପ୍ତାହ ଧରି ସ୍ୱାଇନଫ୍ଲ୍ୟୁ ଆକ୍ରାନ୍ତ ଏବଂ ପୀଡ଼ିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏନ୍‍ସିଡିସି ତଥ୍ୟ ଅନୁସାରେ ଦେଶ ବ୍ୟାପୀ ୪,୫୭୧ ଜଣ ସ୍ୱାଇନଫ୍ଲ୍ୟୁ ରୋଗୀ ଚିହ୍ନଟ କରାଯାଇଛି। ଏହା ମଧ୍ୟରେ କେବଳ ରାଜସ୍ଥାନରେ ସ୍ୱାଇନଫ୍ଲ୍ୟୁ ରୋଗୀଙ୍କ ସଂଖ୍ୟା ୪୦% ରହିଛି। ରାଜସ୍ଥାନରେ ସ୍ୱାଇନଫ୍ଲ୍ୟୁରେ ସର୍ବାଧିକ ୭୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ପଞ୍ଜାବରେ ୨୬, ଗୁଜରାଟରେ ୨୦, ମହାରାଷ୍ଟ୍ରରେ ୧୨ ଏବଂ ଦିଲ୍ଲୀରେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ ସ୍ୱାଇନଫ୍ଲ୍ୟୁ ଏକ ଜୀବାଣୁଗତ ରୋଗ। ଏହା ବିଶେଷ କରି ଶ୍ୱାସ କ୍ରିୟାକୁ ପ୍ରଭାବିତ କରିଥାଏ। ଏହି ରୋଗ ହେଲେ ଲୋକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories