www.samajalive.in
Wednesday, December 10, 2025
26.1 C
Bhubaneswar

ଦୀପିକା ହେଲେ ‘ମାମି’ର ନୂତନ ଅଧ୍ୟକ୍ଷା

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବୁଧବାର ମୁମ୍ବଇ ଏକାଡ଼େମୀ ଅଫ୍‍ ମୁଭିଙ୍ଗ୍‍ ଇମେଜ୍‍(ମାମି)ର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି। ଅଭିନେତା ଅମିର ଖାନ୍‍ଙ୍କ ପତ୍ନୀ କିରଣ ରାଓ ଏହି ପଦ ଛାଡ଼ିବା ପରେ ଦୀପିକାଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି।

ଏହି ପଦ ପାଇଁ ଯୋଗ୍ୟ ବିବେଚିତ କରିଥିବାରୁ ସେ ବୋର୍ଡ଼ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହିତ ଏହି ପଦର ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ପ୍ରୟାସ କରିବେ ବୋଲି ସେ କହିଛନ୍ତି।

- Advertisement -

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ‘ମାମି’ର ବୋର୍ଡ଼ ସଦସ୍ୟମାନେ ଏକ ବୈଠକର ଆୟୋଜନ କରିଥିଲେ। ସେଠାରେ ଆଗାମୀ ଅଧ୍ୟକ୍ଷଙ୍କ ପାଇଁ ହୋଇଥିବା ମତଦାନରେ ଦୀପିକାଙ୍କୁ ସର୍ବାଧିକ ମତଦାନ ମିଳିଥିଲା। ଦୀପିକାଙ୍କ ନିଯୁକ୍ତି ପରେ କିରଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପଦରେ  ଦୀପିକା ଭଲ କାମ କରିପାରିବେ ବୋଲି କିରଣ ଆଶା ବ୍ୟକ୍ତ କରିଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories