www.samajalive.in
Sunday, December 7, 2025
26.1 C
Bhubaneswar

‘ପ୍ରେମ’ ଶିଖୁ ବିଜେପି: ଲଭ୍ ଜେହାଦ ଉପରେ ଏମିତି କହିଲେ ତୃଣମୂଳ ସାଂସଦ ନୁସରତ୍ ଜହାଁ

କୋଲକାତା: ‘ଲଭ୍ ଜେହାଦ’ ଏବେ ଦେଶରେ ବିତର୍କିତ ବିଷୟ । କିଛି ରାଜ୍ୟ ଏହାକୁ ରୋକିବା ପାଇଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ବିଶେଷଭାବରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା ଓ କର୍ଣ୍ଣାଟକ ପରି ବିଜେପି ଶାସିତ ରାଜ୍ୟରେ ଏହି ନିୟମ ପ୍ରଣୟନ ହେବାକୁ ଯାଉଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ତୃଣମୂଳ ସାଂସଦ ତଥା ଅଭିନେତ୍ରୀ ନୁରରତ୍ ଜହାଁ । ସେ କହିଛନ୍ତି ପ୍ରେମ ଓ ଜେହାଦ ଏକ ସମୟରେ ସମ୍ଭବ ନୁହେଁ । ପ୍ରେମ ଏକ ବ୍ୟକ୍ତିଗତ ବିଷୟ । ବିଜେପି ପ୍ରେମ କରିବା ଶିଖୁ ବୋଳି ନୁସରତ କହିଛନ୍ତି ।

ବିଜେପି ଆଣିଥିବା ଲଭ୍ ଜିହାଦ୍ ଆକ୍ଟକୁ ଏକ ଜହର ବୋଲି କହିଛନ୍ତି ନୁରରତ୍ ।  ପ୍ରେମ ଏକ ବ୍ୟକ୍ତିଗତ ଜିନିଷ ବୋଲି ନୁସରତ ବର୍ଣନା କରିବା ସହ  ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଏବଂ କର୍ଣ୍ଣାଟକର ବିଜେପି ଶାସିତ ସରକାରମାନେ ପ୍ରେମ ଜିହାଦ ବିରୋଧରେ ଆଇନ ଆଣିବାକୁ ଯୋଜନା କରୁଥିବା ସେ କହିଛନ୍ତି ।

- Advertisement -

ମଧ୍ୟପ୍ରଦେଶ ସରକାର ଆଗାମୀ ଅଧିବେଶନରେ ଏହି ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ହିନ୍ଦୁ ଝିଅ ମୁସଲମାନ ପୁଅମାନଙ୍କ ସହିତ ବିବାହ ପାଇଁ ଲଭ୍ ଜିହାଦ୍ କୁହାଯାଉଛି । ନୁସରତ କହିଛନ୍ତି ଯେ କିଏ କାହାକୁ ଭଲ ପାଇବ ତାହା ବ୍ୟକ୍ତିଗତ ବିଷୟ । ବିଜେପି ନେତାମାନେ ଏହାକୁ ଶିଖିବା ଉଚିତ୍ ।

ସୂଚନାଯୋଗ୍ୟ ଯେ ନୁସରତ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ଏକ ହିନ୍ଦୁ ପରିବାରରେ ବିବାହ କରିଛନ୍ତି । ଏଥିପାଇଁ ତାଙ୍କୁ ମୁସଲମାନ ମୌଳବାଦୀଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ହିନ୍ଦୁ ମହିଳାଙ୍କ ପରି ସିନ୍ଦୁର ପିନ୍ଧିବା ଓ ମଙ୍ଗଳସୂତ୍ର ପକାଇବାକୁ ମଧ୍ୟ କିଛି ମୁସଲମାନ ସଂପ୍ରଦାୟ ଲୋକ ନିନ୍ଦାକରିଛନ୍ତି । ଏପରିକି କିଛିଦିନ ତଳେ ଦୁର୍ଗାପୂଜା ସମୟରେ ସେ ଜଗଦ୍ଧାତ୍ରୀ ପୂଜା କରିଥିଲେ । ଯାହା ଇସଲାମ ପାଇଁ ଅପମାନ ଓ ତାଙ୍କୁ କ୍ଷମା ମାଗିବାକୁ କିଛି ମୌଳବାଦୀ ଧମକ ଦେଇଥିଲେ । ମାତ୍ର ନୁସରତ ଏଥିଲାଗି କ୍ଷମା ମାଗି ନାହାନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories