www.samajalive.in
Sunday, December 7, 2025
26.1 C
Bhubaneswar

ସ୍ଥାୟୀ ନିଯୁକ୍ତି ଦାବିରେ ଏମକେସିଜି କୋଭିଡ୍ ଷ୍ଟାଫନର୍ସଙ୍କ ଅହୋରାତ୍ର ଧାରଣା

ବ୍ରହ୍ମପୁର: ସ୍ଥାୟୀ ନିଯୁକ୍ତି ଦାବିରେ ଏମକେସିଜି ମେଡିକାଲ କୋଭିଡ ହସପିଟାଲରେ କାର୍ଯ୍ୟରତ ଷ୍ଟାଫନର୍ସମାନେ ସେମାବାର ସନ୍ଧ୍ୟାରେ ଧାରଣାକୁ ଓହ୍ଲାଇଛନ୍ତି ।ଏମକେସିଜିର ମୁଖ୍ୟ ଫାଟକ ସମ୍ମୁଖରେ ଦିଆଯାଇଥିବା ଏହି ଧାରଣା ଦିନରାତି ଚାଲିବ ବୋଲି ନର୍ସମାନେ କହିଛନ୍ତି ।​‌
କରୋନା ଆସିବା ପରେ ଏମକେସିଜି ମେଡିକାଲ ପକ୍ଷରୁ ୪ଟି ପର୍ଯ୍ୟାୟରେ ଅସ୍ଥାୟୀ ଭାବେ ପ୍ରାୟ ୨୮୦ରୁ ଉର୍ଦ୍ଧ୍ବ ନର୍ସଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେଥିରୁ ଅଧିକାଂଶ ଏମକେସିଜି କୋଭିଡ ହସପିଟାଲରେ କାର୍ଯ୍ୟରତ ଥିବାବେଳେ କିଛି ଜଣଙ୍କୁ ଶୀତଳାପଲ୍ଲୀ ସ୍ଥିତ ଟାଟା-ହାଇଟେକ କୋଭିଡ ହସପିଟାଲରେ ନିଯୁକ୍ତି କରାଯାଇଛି । ବର୍ତ୍ତମାନ ୨୩୫ ଜଣ ୨ ହସପିଟାଲରେ କାର୍ଯ୍ୟ କରୁଛନ୍ତି ।ହେଲେ ଗତମାସ ୨୭ରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଜିଲା ସ୍ବାସ୍ଥ୍ୟ ବିଭାଗରେ ଖାଲିଥିବା ୬ ହଜାର ୪୩୨ଟି ନର୍ସିଂ ଅଫିସର ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ଆବେଦନ ପାଇଁ ଆଜିଠାରୁ ଅନଲାଇନରେ ଆବେଦନ ଗ୍ରହଣ ଆରମ୍ଭ ହୋଇଛି ।ମୋଟ ପଦବୀ ମଧ୍ୟରେ ଏମକେସିଜି ପାଇଁ ୨୫୦ରୁ ଉର୍ଦ୍ଧ୍ବ ପଦବୀ ରହିଛି । ତେଣୁ ଏମକେସିଜିରେ ଖାଲିଥିବା ପଦବୀଗୁଡ଼ିକରେ ସେମାନଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଉ ବୋଲି ଧାରଣାରତ ଏମକେସିଜିର ଷ୍ଟାଫନର୍ସମାନେ କହିଛନ୍ତି । ସରକାରଙ୍କ ଅସୁବିଧା ସମୟରେ ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ସାମିଲ ହୋଇଥିଲେ । ଏପରିକି କିଛି ଜଣ ନିଜ ପରିବାରକୁ ପଛରେ ପକାଇ କୋଭିଡ ରୋଗୀଙ୍କୁ ଚିକିତ୍ସା କରିଆସୁଛନ୍ତି । ତେଣୁ ସେମାନଙ୍କୁ ପ୍ରଥମେ ଆଗ୍ରାଧିକାର ଦିଆଯିବା ଉଚିତ ବୋଲି ଧାରଣାକାରୀମାନେ କହିଛନ୍ତି । ସେହିପରି କରୋନା ମୁକାବିଲା ପାଇଁ ନିଯୁକ୍ତି ପାଇଥିବା ରାଜ୍ୟର ୩ ହଜାରରୁ ଉର୍ଦ୍ଧ୍ବ ଷ୍ଟାଫନର୍ସଙ୍କୁ ଆଗ୍ରାଧିକାର ଦିଆଯାଇ ଏହି ନର୍ସିଂ ଅଫିସର ପଦରେ ସ୍ଥାୟୀ ନିଯୁକ୍ତି ଦେବା ପରେ ବଳକା ପଦବୀରେ ନୂତନ ଆବେଦନକାରୀଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି । ଏ ନେଇ ସେମାନେ ଏମକେସିଜି କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦାବି ପୁରଣ ନହେଲା ପର୍ଯ୍ୟନ୍ତ ଦିନରାତି ଧାରଣା ଜାରି ରହିବ ବୋଲି ଜଣାଇଛନ୍ତି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories