ବେଲୁନ ଫାଟି ୫ ବାଳକ ଆହତ, ପୁଲିସ ତଦନ୍ତ ଆରମ୍ଭ

ନୂଆପଡ଼ା: ବେଲୁନ ଫାଟି ୫ଜଣ ବାଳକ ଆହତ ହୋଇଛନ୍ତି। ବେଲୁଟି ଫାଟି ଏହି ୫ଜଣ ବାଳକଙ୍କ ହାତ, ଗୋଡ଼ ଓ ମୁହଁ ପୋଡ଼ି ଯାଇଥିବା ସୂଚନା ମିଳିଛି। ଧମରବନ୍ଧା ଥାନା ଚୁଲା ଭାଟ ପଞ୍ଚାୟତ ପଖାନପଦର ଗାଁରେ ଏହି ଅଘଟଣ ଘଟିଛି। ଉପରୁ ବେଲୁନ ପଡ଼ିବା ପରେ ୫ଜଣ ବାଳକ ତାହାକୁ ନେବା ପାଇଁ ଟଣାଓଟରା କରିଥିଲେ। ଫଳରେ ବେଲୁନଗୁଡ଼ିକ ଫାଟି ଯାଇଥିଲା ଏବଂ ସେମାନେ ଆହତ ହୋଇଥିଲେ। ଆହତ ୫ଜଣ ନାବାଳକଙ୍କୁ ଜିଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବେଲୁନ କେଉଁଠୁ ଆସିଲା ଏବଂ କିଏ ଛାଡ଼ିଥିଲା ତାହା ଜଣାପଡ଼ିନାହିଁ। ବେଲୁନ ସିଜ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.