ନୂଆପଡ଼ାରେ ମାଓବାଦୀ-ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା। ସିଆରପିଏଫ ଯବାନମାନେ ଗୋଟିଏ ଶିବିରରୁ ଅନ୍ୟ ଏକ ଶିବିରକୁ ଯିବାବେଳେ ସେମାନଙ୍କୁ ମାଓବାଦୀମାନେ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା। ଏଥିରେ ୩ଜଣ ଯବାନ ସହିଦ ହୋଇଯାଇଥିଲେ ବୋଲି ଜଣାପଡ଼ିଛି। ରୋଡ କ୍ଲିୟରାନ୍ସ କରୁଥିବା ବେଳେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।ପୁଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ତେବେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।



