www.samajalive.in
Monday, December 15, 2025
15.1 C
Bhubaneswar

ଜନ୍ମ ଦିନରେ ଟ୍ରକ ଚାପାରେ ନାବାଳିକାଙ୍କ ଶୋଚନୀୟ ମୃତ୍ୟୁ

ଖଡିଆଳ : ନୂଆପଡା ଜିଲା ଖଡିଆଳ ସହରର ବୋଡେନ ଛକ ତଥା ୩୫୩ ନଂ ଜାତୀୟ ରାଜପଥରେ ରବିବାର ଏକ ଟ୍ରକ ଚାପାରେ ଜଣେ ନାବାଳିକାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଉଛନ୍ତି ଖଡିଆଳ ସହର ୬ ନଂ ୱାର୍ଡ ନିବାସୀ ଦିବ୍ୟ କୁମାର ଖମ୍ପରୀଆଙ୍କ ଝିଅ ବୈଷ୍ଣବୀ(୮) ବର୍ଷ ଏବଂ ଆଜି ତାଙ୍କର ଜନ୍ମ ଦିନ ବୋଲି ଜଣାପଡିଛି।

ସୂଚନାମୁତାବକ ଦିବ୍ୟ ଖମ୍ପରୀଆଙ୍କ ପତ୍ନୀ ରୀତା ମିଶ୍ରା ତାଙ୍କର ସ୍କୁଟି ନଂ ଓଆର-୨୬ ଏ-୨୮୦୦ ରେ ରବିବାର ସକାଳ ୧୦ ଘଣ୍ଟା ସମୟରେ ଝିଅ ବୈଷ୍ଣବୀଙ୍କୁ ବସାଇ ପନିପାରିବା କିଣିବାକୁ ଖଡିଆଳ ସହରର ବୋଡେନ ଛକ ପଟକୁ ଯାଇଥିଲେ। ସେଠାରେ ରୀତା ମିଶ୍ରା ସ୍କୁଟିକୁ ରାସ୍ତା ସାଇଟରେ ରଖି ଝିଅଙ୍କୁ ସ୍କୁଟି ପାଖରେ ଛିଡା କରି ଜିନିଷପତ୍ର କିଣିବାକୁ ଯାଇଥିଲେ। ଏହି ସମୟରେ ଦୃତ ଗତିରେ ମିଶନ ପଟରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ନଂ ସିଜି-୦୬-ଜିଆର-୭୩୨୨ ଝିଅ ବୈଷ୍ଣବୀଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକା ବୈଷ୍ଣବୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଲୋକେ ଟ୍ରକକୁ ଅଟକାଇ ରଖିଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ସାଙ୍ଗକୁ ଅଣ ଓସାରିଆ ରାସ୍ତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଖଡିଆଳ ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ୧୧୯/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ ଚଲାଇଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଖବର ପାଇ ଖଡିଆଳ ତହସିଲଦାର ସିନ୍ଧୁସୂତା ପାତ୍ର ପହଞ୍ଚି ରେଡକ୍ରସ ପାଣ୍ଠିରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ମଧ୍ୟ ଦୁର୍ଘଟଣାର ଚିତ୍ର ସ୍ପଷ୍ଟ ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories