www.samajalive.in
Tuesday, December 9, 2025
16.1 C
Bhubaneswar

ସାଣ୍ଟିଆଗୋରେ ପାଳନ ହେଲା ନୂଆଁଖାଇ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ବାର୍ତ୍ତା ଦେଇ ଆସୁଥିବା ବେଳେ ଏବେ ଏହା ସୁଦୂର ବିଦେଶରେ ମଧ୍ୟ ଭବ୍ୟତାର ସହିତ ପାଳନ କରାଯାଉଛି । ଚିଲି ଦେଶର ରାଜଧାନୀ ସାଣ୍ଟିଆଗୋଠାରେ ଓଡିଆମାନଙ୍କର ସଙ୍ଗଠନ ସାଣ୍ଟିଆଗୋ ଓଡିଆବାସୀ ମିଶନ ବେ ତରଫରୁ ବୋନିଟା କୋଭଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୂଆଁଖାଇ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ଓଡିଆ ଖାଦ୍ୟପେୟ ଆୟୋଜନ କରାଯାଇଛି। ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଓଡିଆ ଖାଦ୍ୟ ଓ ପାନୀୟ ସହିତ ପଶ୍ଚିମ ଓଡିଶାର ପାରମ୍ପରିକ ବ୍ୟଞ୍ଜନ ଆମିଳ, ଆରିଷା, ମଣ୍ଡା ପିଠା ଆଦି ମଧ୍ୟ କରାଯାଇଥିଲା । ମାଁ ସମଲେଶ୍ୱରୀଙ୍କୁ ନୂତନ ଚାଉଳରୁ ନିର୍ମିତ ଖିରି ପ୍ରସ୍ତୁତ କରାଯାଇ ଭୋଗ ଲାଗି ହେବା ପରେ ସମସ୍ତେ ଏକାଠି ନବାନ୍ନ ଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କାରାଓକି, ନୃତ୍ୟ ଓ ନାଟକ ଆଦି ପ୍ରଦର୍ଶନ କରାଯାଇଥିଲା । ବିଦେଶରେ ଥାଇ ମଧ୍ୟ ଓଡିଆ ସଂସ୍କୃତିକୁ ବଞ୍ଚାଇ ରଖିବା ଏବଂ ପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ୬୦ ରୁ ଅଧିକ ଓଡିଆ ସାମିଲ ହୋଇଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories