www.samajalive.in
Tuesday, December 9, 2025
16.1 C
Bhubaneswar

ଏନ୍‍ଆରସି ଅଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଗଣମାଧ୍ୟମରେ ସାକ୍ଷାତକାରକୁ ନେଇ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ଆରସି)ର ଅଧ୍ୟକ୍ଷ ପ୍ରତୀକ ହାଜେଲାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଭର୍ତ୍ସନା କରିଛନ୍ତି। ଯେଉଁ ଲୋକଙ୍କ ନାମ ଏନ୍‍ଆରସି ଚିଠା ତାଲିକାରେ ନାହିଁ ସେମାନେ ନୂଆ ଦସ୍ତାବିଜ୍‍ ଦାଖଲ କରନ୍ତୁ ବୋଲି କହିବାକୁ ପ୍ରତୀକ ହାଜେଲା କିଏ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହାସହ ଅଦାଲତ ଅବମାନନା ଅଭିଯୋଗରେ କାହିଁକି ତମକୁ ଜେଲ ପଠାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ହାଜେଲାଙ୍କୁ ଜବାବ ମାଗିଥିଲେ। ନିକଟରେ ଏକ ଖବରକାଗଜରେ ପ୍ରକାଶ ପାଇଥିବା ହାଜେଲାଙ୍କ ସାକ୍ଷାତକାରକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆପଣଙ୍କ କାମ ପଞ୍ଜିକା ପ୍ରସ୍ତୁତ କରିବା, ଗଣମାଧ୍ୟମକୁ ବିବରଣୀ ଦେବା ନୁହେଁ ବୋଲି କୋର୍ଟ କହିଥିଲେ। ଭବିଷ୍ୟତରେ ସତର୍କ ରୁହ ଏବଂ କୋର୍ଟ ନିର୍ଦେଶ ମୁତାବକ କାର୍ଯ୍ୟକର ବୋଲି ସୁପ୍ରିମକୋର୍ଟ ହାଜେଲାଙ୍କୁ ଚେତାବନୀ ଦେଇଥିଲେ। ଏଭଳି କହିବାକୁ କିଏ ତାଙ୍କୁ ଅନୁମତି ଦେଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ ଓ ଗଣମାଧ୍ୟମରେ ଏପରି ଟିପ୍ପଣୀ ଦେବା ଠିକ୍‍ ନୁହେଁ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଥିଲେ। ଏହାସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଦେଶର ବିଭିନ୍ନ ଭାଗରେ ଘଟୁଥିବା ଏଭଳି ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ତାହା ଜଣାଇବାକୁ କହିଥିଲେ। ଶେଷରେ ହାଜେଲା କ୍ଷମା ପ୍ରାର୍ଥନା କରିଥିଲେ ଓ ଆରଜିଆଇଙ୍କ ପରାମର୍ଶ କ୍ରମେ ସେ ଗଣମାଧ୍ୟମ ପାଖକୁ ଯାଇଥିଲେ ବୋଲି କହିଥିଲେ।
ଉଲ୍ଲେଖ ଯେ ଆସାମ ଏନଆରସିର ଦ୍ୱିତୀୟ ତଥା ଚୂଡାନ୍ତ ତାଲିକା ଗତ ସୋମବାର ପ୍ରକାଶ ପାଇଥିଲା। ଏନଆରସିରେ ୨କୋଟି ୯୦ଲକ୍ଷଙ୍କୁ ସାମିଲ କରାଯାଇଛି। ରେଜିଷ୍ଟ୍ରର ଜେନେରାଲ ଅଫ ଇଣ୍ଡିଆଙ୍କ କହିବା ଅନୁଯାୟୀ ଏନଆରସିରେ ପଞ୍ଜୀକରଣ ପାଇଁ ଆସାମରୁ ମୋଟ ୩,୨୯,୯୧,୩୮୪ ନାଗରିକ ଆବେଦନ କରିଥିଲେ। ସେଥିରୁ ୨,୮୯,୮୩,୬୭୭ଙ୍କୁ ଯୋଗ୍ୟ ବିବେଚନା ପୂର୍ବକ ଏନଆରସିରେ ସାମିଲ କରାଯାଇଛି। ଅବଶିଷ୍ଟ ୪୦ଲକ୍ଷ ୦୭ହଜାରଙ୍କୁ ବାଦ୍‍ ଦିଆଯାଇଛି। ଏହା ପୂର୍ବରୁ ଜାନୁଆରୀ ୧ରେ ପ୍ରଥମ ଏନଆରସି ପ୍ରକାଶ ପାଇଥିଲା ଓ ସେଥିରେ ୧.୯୦ କୋଟି ନାଗରିକଙ୍କୁ ତାଲିକାଭୁକ୍ତ କରାଯାଇଥିଲା।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories