www.samajalive.in
Monday, December 15, 2025
15.1 C
Bhubaneswar

ପୁରୁଣା ପେନସନ ଦାବି ଦୋହରାଇଲେ ଏନପିଏସ ଶିକ୍ଷକ ସଂଘ

ଆଠଗଡ :  କଟକ ଜିଲ୍ଲା ନୂତନ ପନସନ ସ୍କିମର ପ୍ରାଥମିକ ଶିକ୍ଷକ ସଂଘ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ସେମାନଙ୍କର ଦାବିକୁ ଦୋହରାଇଛନ୍ତି।  ରବିବାର ଅଂଶୁପାଠାରେ ଜିଲ୍ଲା ଓ ବ୍ଲକ ପ୍ରତିନିଧିମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବା ସହ ରାଜ୍ୟ ସରକାର ନିକଟରେ ଠିକା ନିଯୁକ୍ତି ପ୍ରତ୍ୟାହାର ଓ ଠିକା କାର୍ଯ୍ୟକାଳକୁ ଚାକିରି ଅବଧିରେ ମିଶ୍ରଣ ନେଇ କରିଥିବା ଘୋଷଣା ଓ ବିଜ୍ଞପ୍ତି ପ୍ରକାଶକୁ ସ୍ୱାଗତ କରାଯାଇଥିଲା । ଏହା ସହିତ ୨୦୦୧ ମସିହାରେ ଶିକ୍ଷା ସହାୟକ ଭାବେ ଠିକାରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଏହି ସୁବିଧାରୁ ବଞ୍ଚିତ କରିବା ସରକାରଙ୍କର ଶିକ୍ଷକଙ୍କ ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ସଂଘର ନେତାମାନେ କ୍ଷୋଭ ପ୍ରକାଶ କରିଥିଲେ। ୨୦୦୧ ମସିହାଠାରୁ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କ କ୍ଷେତ୍ରରେ ଏହା ଲାଗୁ କରିବା ଏବଂ ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ବ୍ଲକ ପ୍ରତିନିଧିମାନଙ୍କ ମତ ଆଧାରରେ ଜିଲ୍ଲା ସଂଗଠନ ସମସ୍ତ ଜିଲ୍ଲାସଂଘକୁ ନେଇ ଜୋରଦାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୈଠକ ସଂଯୋଜନା କରୁଥିବା ଆଠଗଡ ବ୍ଲକ ସଭାପତି ଚାରୁଚନ୍ଦ୍ର ବେହେରା ଓ କଟକ ଜିଲ୍ଲା ସଭାପତି ଶଙ୍କର୍ଷଣ ବେହେରା ପ୍ରକାଶ କରିଥିଲେ। ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ସମସ୍ତ ୧୪ଗୋଟି ବ୍ଲକ ସହିତ ସିଏମସିର ଶିକ୍ଷକ ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲା ସଂଘକୁ ପୁର୍ନଗଠନ କରାଯାଇଥିଲା । ସଭାପତି ଭାବେ ପୁନର୍ବାର ଶଙ୍କର୍ଷଣ ବେହେରା ସର୍ବସମ୍ମତକ୍ରମେ ମନୋନୀତ ହୋଇ ଥିବାବେଳେ ସଂପାଦକ ଭାବେ ଚାରୁଚନ୍ଦ୍ର ବେହେରା, ଉପସଭାପତି ରମେଶ ଚନ୍ଦ୍ର ବେହେରା, କର୍ଣ୍ଣ ରଞ୍ଜନ ସାହୁ, କାର୍ଯ୍ୟକାରୀ ସଭାପତି ସୟଦ୍‌‌ ଜାକି ଅମିନ ଓ ଚନ୍ଦ୍ରକାନ୍ତ ମିଶ୍ର, ମହାସଚିବ ଭାବେ ପ୍ରଶାନ୍ତ କୁମାର ମହାପାତ୍ର, ସଂଗଠନ ସଂପାଦକ ଜ୍ୟୋତିପ୍ରକାଶ ନାଥ, ଆଲୋକ କୁମାର ରାଉତ, ବନମାଳି ରାଉତ, ଅନାଥ ବେହେରା, ଯୁଗ୍ମ ସଂପାଦକ ଭାବେ ବନମାଳି ସେଠୀ, ନିରଞ୍ଜନ ଭୋଇ, ପଦ୍ମଲୋଚନ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରଶନ୍ନ କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି। ଏଥି ସହିତ ୪ଜଣ ବରିଷ୍ଠ ସଦସ୍ୟଙ୍କୁ ଉପଦେଷ୍ଟା ଭାବେ ଏବଂ ଅଦ୍ୱୈତ କୁମାର ଜେନାଙ୍କୁ ରାଜ୍ୟ ପ୍ରତିନିଧି ଭାବେ ମନୋନୀତ କରାଯାଇଥିଲା। ଏଥିରେ ସଂଘର ଶତାଧିକ ସଭ୍ୟ ଓ କର୍ମକର୍ତ୍ତା ଯୋଗଦାନ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ଚନ୍ଦ୍ରକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories