ଏମଜିଏମ ହେଲଥକେୟାର ଏବେ ଭୁବନେଶ୍ୱରରେ

ଭୁବନେଶ୍ୱର :ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପାଇଁ ସୁପରିଚିତ ଚେନ୍ନାଇସ୍ଥିତ ପ୍ରସିଦ୍ଧ ସୁପରସ୍ପେସିଆଲିଟି ହସ୍ପିଟାଲ୍ଏମଜିଏମ ହେଲଥକେୟାର ଏବେ ସିମ୍ପଲି କେୟାର ଭୁବନେଶ୍ୱରଠାରେ ଆରମ୍ଭ କରିଛି ସ୍ୱାସ୍ଥ୍ୟସେବା। ଏମଜିଏମ ହେଲଥକେୟାର ଅଭିଜ୍ଞ ଡାକ୍ତରମାନେ ପ୍ରତିମାସରେ ଓଡ଼ିଶାବାସୀଙ୍କ ପାଇଁ ନୟାପଲ୍ଲୀସ୍ଥିତ ସିମ୍ପଲି କେୟାରଠାରେ ବର୍ହିବିଭାଗ ପରାମର୍ଶସେବା ଆରମ୍ଭ କରିବେ।
ବର୍ତ୍ତମାନସୁଦ୍ଧା ଆମେ ସମସ୍ତେ କରୋନାଠାରୁ ସମ୍ପୂର୍ଣ୍ଣମୁକ୍ତି ପାଇନାହୁୁଁ। ଏହି ଘଡ଼ିସନ୍ଧି ସମୟରେ ଏମଜିଏମ ହେଲଥକେୟାର ଡାକ୍ତରମାନେ ଓଡ଼ିଶାବାସୀଙ୍କ ପାଇଁ ଭୁବନେଶ୍ୱର ବର୍ହିବିଭାଗ ପରାମର୍ଶ ସେବା ଆରମ୍ଭ କରିବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ଅବସରରେ ଏକ ସ୍ୱାସ୍ଥ୍ୟଶିବିରଆୟୋଜନ କରାଯାଇଥିଲା। ଏକ କାର୍ଯ୍ୟକ୍ରମରେ ଏମଜିଏମ ହେଲଥକେୟାରର ଅଭିଜ୍ଞ ଇନଟି ବିଶେଷଜ୍ଞ ପ୍ରଫେସର ଡାକ୍ତର ସଞ୍ଜୀବ ମହାନ୍ତିଙ୍କ ସମେତ ସିମ୍‌ପ୍ଲିକେୟାର ନିର୍ଦେଶକ ତଥା ଓଡ଼ିଶାର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ୍ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ଡାକ୍ତରମାନେ ମଧ୍ୟ ଉପସ୍ଥିତ ଥିଲେ।
ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟରେ ଏମଜିଏମ ହେଲଥକେୟାରର ଗୃପ ଆଜି ଠାରୁ ଭୁବନେଶ୍ୱରଠାରେ ବର୍ହିବିଭାଗ ପରାମର୍ଶସେବା ଆରମ୍ଭ କରିଛି, ଆଗାମୀ ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ଏଭଳି ବର୍ହିବିଭାଗ ସେବା ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ଡାକ୍ତର ସଞ୍ଜୀବ ମହାନ୍ତି।

prayash

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସିମ୍ପଲିକେୟାରର ନିର୍ଦ୍ଦେଶକ ଡାକ୍ତର ସ୍ମରଜିତ୍ ପଟ୍ଟନାୟକ କହିଛନ୍ତିି ଯେ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସିମ୍ପଲି କେୟାର ଏବଂ ଏମଜିଏମ ହେଲଥକେୟାରର ଏହି ସହଯୋଗିତା ଏକ ନୂଆ ଅଧ୍ୟାୟ ସୃଷ୍ଟିକରିବ। ଏମଜିଏମ ହେଲଥକେୟାର ଜିଏମ ମାର୍କେଟିଂ ଏସ.ଶିବକୁମାର ଉପସ୍ଥିତ ରହି ଏହି ସହଯୋଗିତାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.