ସୀମା ଛାଡି ପାକିସ୍ତାନ ସେନାର ପଳାୟନ, ଦୁଇଟି ସହର ଦଖଲ ପରେ ଏବେ ଚାଲିଛି ଯୁଦ୍ଧ

ଇସାଲାମବାଦ- ଏବେ ପାକିସ୍ତାନରେ ଘମଘୋଟ ଯୁଦ୍ଧ ଚାଲିଛି । ପାକିସ୍ତାନର ଦୁଇଟି ସହରକୁ ବେଲୁଚିସ୍ତାନ ଆର୍ମି ନାମକ ସଙ୍ଗଠନ ଜବତ କରିଛି । ପାକିସ୍ତାନ ବେଲୁଚସ୍ତାନକୁ ନିଜର ଆତ୍ୟାଚାର ପ୍ରୟୋଗଶାଳ ଭାବେ ବ୍ୟବହାର କରେ । ସେଠାରେ ପାକିସ୍ତାନ ସେନା ହତ୍ୟା, ଦୁଷ୍କର୍ମ ଏବଂ ସାଧାରଣ ଲୋକଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରିଥାଏ ।

ବେଲୁଚସ୍ତାନର ବାସିନ୍ଦା ବିଭିନ୍ନ ସମୟରେ ପାକିସ୍ତାନରୁ ଅଲଗା ହେବା ପାଇଁ ରକ୍ତାକ୍ତ ସଂଘର୍ଷ କରିଥାଆନ୍ତି । ଏବେ ସେଠାକାର ବେଲୁଚ୍‌ ଆର୍ମି ଇସଲାମବାଦ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ବେଲୁଚ ଆର୍ମିର ଆକ୍ରମଣ ଯୋଗୁଁ ପାକିସ୍ତାନ ସେନା ସୀମାରେ ଥିବା ଦୁଇଟି ସହର ଛାଡି ପଳାୟନ କରିଛି ।

ଏବେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାର ଅଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ନାମାଙ୍କନ ଦାଖଲ କରିଛନ୍ତି । କିନ୍ତୁ ପାକିସ୍ତାନର ଏବେର ସରକାର ବେଲୁଚିସ୍ତାନ ଆକ୍ରମଣକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରରେ ଏବେ ଅବସ୍ଥା ଠିକ୍‌ ନାହିଁ । ସେଠାରେ ମଧ୍ୟ ବାରମ୍ବାର ବିରୋଧ ପ୍ରଦର୍ଶନ କରାଯାଉଛି ।

ପାକିସ୍ତାନରେ ଏବେ ମୁଦ୍ରାସ୍ପୀତି ଖରାପ ଅବସ୍ଥାରେ । ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଅନେକ ବୃଦ୍ଧି ପାଇଛି । ଲୋକମାନେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି । ଏହା ସହ ପାକିସ୍ତାନ ଚୀନ୍‌ର ଋଣ ଯନ୍ତା ମଧ୍ୟରେ ଫସିଯାଇଛି ।

Comments are closed.