www.samajalive.in
Saturday, December 6, 2025
14.1 C
Bhubaneswar

ନୋକିଆ ୮.୧ରେ ମିଳିବ ୧୧ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଏଚଏମଡ଼ି ଗ୍ଲୋବାଲ ତରଫରୁ ଭାରତରେ ନୋକିଆର ଫ୍ଲାଗସିପ୍ ସ୍ମାର୍ଟଫୋନ ନୋକିଆ ୮.୧ଫୋନ ମୂଲ୍ୟରେ ୧୧ହଜାର ଟଙ୍କାର ରିଆତି ଦେବାପାଇଁ ଘୋଷଣା କରିଛି। ଭାରତରେ ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ୨୬ହଜାର ୯୯୯ଟଙ୍କା ଥିଲା। ୧୦ହଜାର ଟଙ୍କା ରିଆତି ପରେ ଫୋନର ମୂଲ୍ୟ ୧୫ହଜାର ୯୯୯ଟଙ୍କା ରହିଛି। ମାତ୍ର ନୋକିଆ ୱେବସାଇଟରେ ନୋକିଆ ୮.୧ର ‌େ‌ଫୋନର ମୂଲ୍ୟ ୧୫ହଜାର ୯୯୯ଟଙ୍କା ଦେଖାଉଥିବାବେଳେ ଅନଲାଇନ ଷ୍ଟୋର ଫ୍ଲିକାର୍ଟରେ ଏହାର ମୂଲ୍ୟ ୧୭ହଜାର ୯୯୯ଟଙ୍କା ଦେଖାଉଛି।
ନୋକିଆ ୮.୧ର ବିଶେଷତ୍ବ
ଏହି ଫୋନରେ ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ-୯ ପାଇ ମିଳିବ। ନୋକିଆ ୮.୧ରେ ୬.୧୮ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୨୪୪ପିକ୍ସଲ ଏବଂ ଆଶପେକ୍ଟ ରେଶିଓ ୧୮.୭:୯ ରହିଛି। ଏଥିରେ କ୍ବାଲାକମର ଅକ୍ଟାକୋର ସ୍ନାପଡ଼୍ରାଗନ୍ ୭୧୦ପ୍ରୋସେସର, ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୪୦୦ଜିବି ପର୍ୟ୍ୟନ୍ତ ବଢାଇପାରିବେ।
ଫୋନରେ ଡୁଆଲ ରିଅର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରେ ଜିସ୍ ଅକ୍ଟିକସର ବ୍ୟବହାର କରାଯାଇଛି। ଏଥିର ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର ରହିଛି। ଦ୍ବିତୀୟଟି ୧୩ମେଗାପିକ୍ସେଲର ରହିଛି। ଏବଂ ୨୦ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।
ଫୋନରେ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲାଭଳି ୩୫୦୦ଏମଏଚ ବ୍ୟାଟେରୀ ଦିଆଯାଇଛି। ଏହାସହିତ ୧୮ୱାଟର ଚାର୍ଜର ମଧ୍ୟ ମିଳିବ। ସଂଯୋଗ ପାଇଁ ଫୋନରେ ୪-ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ, ଜିପିଏସ୍, ଏ-ଜିପିଏସ୍, ଏଫଏମ୍ ରେଡିଓ, ୩.୫ଏମଏମ ହେଡଫୋନ ଜ୍ୟାକ୍ ଏବଂ ୟୁଏସବି ଟାଇପ୍ ସି ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories