ମାନିଲା : ଫିଲିପାଇନ୍ସରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫିଲିପାଇନ୍ସ ରାଜଧାନୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନରେ ଲାଗିଥିବା ନିଆଁକୁ ଲିଭାଯିବା ପରେ ୯ଟି ମୃତଦେହ ମିଳିଥିଲା। ପୁଲିସ କହିଛି ଏହି ଦୁର୍ଘଟଣା ଯୋଗୁଁ ବାହାରର ଦୁଇଜଣ ଲୋକ ଆହତ ହୋଇଥିବାର ଜଣାପଡ଼ିଛି।
ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ସେମାନେ ସେହି ପାର୍କରେ ବସିଥିଲେ। ଫିଲିପାଇନ୍ସ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ସେହି ବିମାନଟି ଜଣେ ରୋଗୀ ଓ ଏକ ଡାକ୍ତରୀଦଳଙ୍କୁ ଦକ୍ଷିଣ ମାନିଲାରୁ ନେଇ ଯାଉଥିବା ବେଳେ ହଠାତ୍
ଏହା ରାଡାରରେ ଦେଖାଯାଇ ନଥିଲା।



