www.samajalive.in
Friday, December 5, 2025
20.1 C
Bhubaneswar

ଟ୍ରିପଲ ରିଅର କ୍ୟାମେରା ସହ “ନୋକିଆ ୬.୨”ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଟ୍ରିପଲ ରିଅର କ୍ୟାମେରା ସହ “ନୋକିଆ ୬.୨”ର ଭାରତୀୟ ବଜାର ପ୍ରବେଶ ହୋଇଛି। ଏହା ପୂର୍ବରୁ ପ୍ରଥମେ ନୋକିଆ ୬.୨କୁ ବର୍ଲିନର ଆଇଏଫଏ ଟେକ କାର୍ୟ୍ୟକ୍ରମରେ ଲଞ୍ଚ କରାଯାଇଥିଲା। ଏଥିରେ ୱାଟର ଡ୍ରପ ଷ୍ଟାଇଲ, ଏଚଡି ଡିସପ୍ଲେ ଏବଂ ବଡ଼ ବ୍ୟାଟେରୀ ରହିଛି। ଏହାସହିତ ଫୋନରେ ୪ଜିବି ରାମ ଏବଂ ୬୪ଜିବି ଇଣ୍ଟରନାଲ ଷ୍ଟୋରେଜ ସପୋର୍ଟ ଦିଆଯାଇଛି।

pic courtesy-android authority

“ନୋକିଆ ୬.୨”ର ମୂଲ୍ୟ ୧୫ହଜାର ୯୯୯ଟଙ୍କା। ଏହି ଫୋନକୁ ଆମାଜନ ଏବଂ ନୋକିଆ ୱେସାଇଟରୁ କିଣିପାରିବେ। କମ୍ପାନୀ ୱେବସାଇଟରୁ ଏହି ଫୋନକୁ କ୍ରୟ କଲେ ୧୫୦୦ଟଙ୍କାର ଗିପ୍ଟ ଭାଉଚର ମିଳିବାର ସୂଚନା ମିଳିଛି।

- Advertisement -
pic courtesy-ndtv gadgets

ଏହି ଫୋନରେ ଡୁଆଲ ନାନୋ ସିମ ଏବଂ ଆଣ୍ଡ୍ରଏଡ-୯ପାଇର ସପୋର୍ଟ ମିଳିବା ସହିତ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ମିଳିବ। ସ୍କ୍ରିନର ପ୍ରୋଟେକ୍ସନ ପାଇଁ ଏଥିରେ ଗରିଲା ଗ୍ଲାସ-୩ ଦିଆଯାଇଛି। ଫୋନରେ ଅକ୍ଟାକୋର କ୍ବାଲାକମ ସ୍ନାପଡ୍ରାଗନ୍ ୬୩୬ଏସଓସି ରହିଛି।
ସଂଯୋଗ ପାଇଁ ଫୋନରେ ବ୍ଲୁଟୁଥ ୫.୦, ୱାଇ-ଫାଇ, ୪ଜି ଭୋଲଟି, ଜିପିଏସ ଏବଂ ୟୁଏସବି ପୋର୍ଟ ଟାଇପ ସି ଭଳି ଫିଚର୍ସ ରହିଛି। ଏହା ସହିତ ୩ହଜାର ୫୦୦ଏମ୍ଏଚ୍ ବ୍ୟାଟେରୀ ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories