www.samajalive.in
Sunday, December 7, 2025
26.1 C
Bhubaneswar

ସମସ୍ୟାରେ  ଲାଞ୍ଜିଗଡ ନୋଡାଲ ସ୍କୁଲ ; ପ୍ରଶାସନର ଅଣଦେଖା ଅଭିଯୋଗ

ଲାଞ୍ଜିଗଡ଼ : ଶିକ୍ଷା ବିଭାଗରେ ଉନ୍ନତି ଆଣିବା ସହ ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସର୍ବଶିକ୍ଷା ଅଭିଯାନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରି କରିଥିଲେ ହେଁ ଏହାର ସୁଫଳ ପ୍ରତ୍ୟେକ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ନିକଟରେ ପହଞ୍ଚି ପାରୁନାହିଁ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶିକ୍ଷାଦାନରେ ବିଭିନ୍ନ ଅସୁବିଧା ଦେଇ ଗତି କରିବାକୁ ପଡୁଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ଏଭଳି ଏକ ବିଦ୍ୟାଳୟ ହେଉଛି ଲାଞ୍ଜିଗଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡିଛି। ଏହାର ପାଚେରି ମଧ୍ୟ ଭାଙ୍ଗି ପଡିଛି। ଏଥିରେ ପ୍ରଶାସନ ଅବହେଳା କରୁଥିବା ନେଇ ଅଭିଯୋଗ ହୋଇଛି।
ଆଜି ଏହି ପୁରାତନ ବିଦ୍ୟାଳୟ ଭଙ୍ଗାଦଦରା ଅବସ୍ଥାରେ ପଡିଛି। ଏହି ସ୍କୁଲରେ ତିନି ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। ବର୍ତ୍ତମାନ ଭଗ୍ନ ଅବସ୍ଥାକୁ ଆସିଥିବା ବେଳେ ଛାତ ଭାଙ୍ଗି ପାଣି ଗଳୁଛି।  ସ୍କୁଲଟି ସଂପୁର୍ଣ୍ଣ ଛପର ଘର। ବିଭିନ୍ନ ଜାଗାରେ କାନ୍ଥଫାଟିଛି,ତଳର ଚଟାଣ ଫାଟି ଗଲାଣି କହିବାକୁ ଗଲେ ସ୍କୁଲ ଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଛାତ ଉପରେ ଲାଗିଥିବା କାଠ ସବୁ ଉଇ ଖାଇଗଲାଣି କେଉଁ ମୂହୁର୍ତ୍ତରେ କାହା ଉପରେ ଗଳି ପଡିବ ତାହା କହିବା ମୁସ୍କିଲ।
ଶିକ୍ଷକମାନଙ୍କ ଅଫିସ କୋଠା ଛାତରୁ ମଧ୍ୟ ସିମେଣ୍ଟ ବାହାରି ପଡିଲାଣି। ସ୍କୁଲ ପାଚେରି ମଧ୍ୟ ଭାଙ୍ଗି ପଡିଛି ଏବଂ ଯେଉଁ ପାଚେରି ଏବେ ଅଛି ତାହ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ପାଚେରି ନଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ସ୍କୁଲର ସୌନ୍ଦର୍ଯ୍ୟ କରଣ ପାଇଁ ଲଗାଇଥିବା ବିଭିନ୍ନ ପ୍ରକାର ଫୁଲ ଗଛ ସବୁ ଗାଇ ଗୋରୁ ,ଛେଳି ଖାଇ ସାରିଲେଣି। ସ୍କୁଲଟି ସଂପୂର୍ଣ୍ଣ ବିପଦ ଶଙ୍କୁଳ ଅବସ୍ଥାରେ ଥିବାବେଳେ ଅଭିଭାବକମାନେ ନିଜ ପିଲାକୁ ଶିକ୍ଷା ଗ୍ରହଣ କରିବାପାଇଁ ସ୍କୁଲକୁ ପଠେଇବା ପାଇଁ ଉଚିତ ମଣୁନାହାନ୍ତି। କେଉଁ ମୁହୁର୍ତ୍ତରେ କଣ ହେବ କିଛି କହି ହେବନି। ଗୋଟିଏ ପଟେ କୋଭିଡ କଟକଣା ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲ ଆସୁନଥିଲେ ବର୍ତ୍ତମାନ ସ୍କୁଲ ଆସିବା ସମୟରେ ସ୍କୁଲ ଅବସ୍ଥା ଏଭଳି। ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ସ୍କୁଲର ପରିସ୍ଥିତିକୁ ନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଓ ଅନ୍ୟମାନେ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ରାଧାମାଧବ ରଥ (ସ୍କୁଲ ପ୍ରଧାନ ଶିକ୍ଷକ)- ବିଦ୍ୟାଳୟର ବଡ ହଲର ଅବସ୍ଥା ବହୁତ ଖରାପ । ପାଣି ଝରି ଝରି କାଠ ଗୁଡ଼ିକ ଖରାପ ହେଲାଣି । କେତେବେଳେ କାହା ଉପରେ ପଡିବ କିଛି କହି ହବନି। ପାଚେରି ମଧ୍ୟ ଭାଙ୍ଗିଯାଇଛି ଯାହାଦ୍ୱାରା ବିଦ୍ୟାଳୟ ଭିତରକୁ ଗାଇଗୋରୁ ପଶିି ବିଭିନ୍ନ ପ୍ରକାର ଗଛପତ୍ର ସବୁ ନଷ୍ଟ କରୁଛନ୍ତିି। ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣେଇ ଦିଆଯାଇଛି ଏବଂ ଲାଞ୍ଜିଗଡ ସରପଞ୍ଚଙ୍କୁ ମଧ୍ୟ ଜଣା ଯାଇଛି । କିନ୍ତୁୁ ଏପର୍ଯ୍ୟନ୍ତ କୌଣଷି ପ୍ରକାର କାର୍ଯ୍ୟକ୍ଷମ ହୋଇନାହି।
ମଣି ମାଝୀ(ସରପଞ୍ଚ ଲାଞ୍ଜିଗଡ)-ମୋତେ ପ୍ରାଧାନ ଶିକ୍ଷକ କହିଥିଲେ । ମୁଁ ପିଇଓଙ୍କୁ କହିଛି ଆକ୍ସନ ପ୍ଲାନରେ ରଖିବା ପାଇଁ। ଆମେ ଏହି ସ୍କୁଲ ଅତି ଶୀଘ୍ର କାମ ଆରମ୍ଭ କରିବୁ ବିଳମ୍ବ ହେଉଥିବାରୁ ଦୁଃଖିତ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories