www.samajalive.in
Sunday, December 7, 2025
23.1 C
Bhubaneswar

ସ୍କୁଲ ଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପ୍ରଶମନ ତାଲିମ ପ୍ରଦାନ

ଲାଞ୍ଜିଗଡ଼ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଲାଞ୍ଜିଗଡ଼ ବ୍ଲକ ମଧୁପୁରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟଠାରେ ଆଜି ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପ୍ରଶମନ ସଂପର୍କିତ ମକ୍ ଡ୍ରିଲ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ କେନ୍ଦ୍ର ଅଧିକାରୀ ମନୋରଞ୍ଜନ ପାଢୀଙ୍କ ନେତୃତ୍ୱରେ ହାବିଲଦାର ଦେବରାଜ ପ୍ରଧାନ, ଆଗ୍ନିକ ଯୋଗିନ ଭୋଇ ପ୍ରମୁଖ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଅଗ୍ନି ନିରାପତ୍ତା ସଂପର୍କିତ ତାଲିମ ପ୍ରଦାନ କରିବା ସହିତ ବିପର୍ଯ୍ୟୟ ପ୍ରଶମନ ଉପରେ ମଧ୍ୟ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ।
ଏହାସହିତ ଅଗ୍ନି ନିରାପତ୍ତା, ବିପର୍ଯ୍ୟୟ ପ୍ରଶମନ ସଂପର୍କିତ ଏକ ମକ୍ ଡ୍ରିଲ ଆୟୋଜନ କରାଯାଇଥିଲା। ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ମଧୁସୂଦନ ସାହୁ, ସତ୍ୟବାଦୀ ନାଏକ, ପାର୍ଥ ଶବର, ଚାଞ୍ଚଲ୍ୟ କୁମାର ବାଗ, ନମିତା ପାଢୀ, ସାଇରଞ୍ଜନୀ ପଣ୍ଡାଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories