www.samajalive.in
Saturday, December 6, 2025
26.1 C
Bhubaneswar

ସରସରା ପଞ୍ଚାୟତର ୩ ଗ୍ରାମରେ ପାନୀୟ ଜଳ ସମସ୍ୟା

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତର ସାନବଙ୍କାପଡା, ବଘାରପାଲି ଓ ବଡବଙ୍କାପଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମମାନଙ୍କୁ ଜଳ ଯୋଗାଣ ପାଇଁ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ପ୍ରକଳ୍ପଟି ଅଚଳ ହୋଇପଡିଥିବାରୁ ଜଳ ଯୋଗାଣ ହୋଇପାରୁନାହିଁ। ଜିଲ୍ଲାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଣିଟିକିଏ ପାଇଁ ଜନସାଧାରଣ ଡହକ ବିକଳ ହେଉଛନ୍ତି।

ଗ୍ରୀଷ୍ମ ଆରମ୍ଭରୁ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଜଳ ସଙ୍କଟ ନେଇ ଆଲୋଚନା ହୋଇଥିଲା ଓ ଜଳ ସଙ୍କଟର ସମାଧାନ ପାଇଁ ବିହିତ ପଦକ୍ଷେପ ନିଆଯିବାକୁ ବୈଠକରେ ନିଷ୍ପତି ହୋଇଥିଲା। ହେଲେ ବୈଠକରେ ଯାହା ନିଷ୍ପତି ହୋଇଥିଲା ତାହା କାର୍ଯ୍ୟକାରୀ ହେଉନଥିବାର ଅଭିଯୋଗ ହେଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଥିବା ଏହି ଗ୍ରାମ ଗୁଡିକରେ ଯଦି ଜଳ ସଙ୍କଟର ସମାଧାନ କରିବାରେ ପ୍ରଶାସନ ବିଫଳ ହେଉଛି, ତାହେଲେ ଅନ୍ୟ ଅଂଚଳର ଅବସ୍ଥା କିପରି ଥିବ ତାହା ସହଜରେ ଅନୁମାନ କରିହେଉଛି।

- Advertisement -

ସାନବଙ୍କାପଡା ଗ୍ରାମରେ ଏକ ହାଜରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗ୍ରାମରେ ୫ଟି ନଳ କୂପ ଥିବା ବେଳେ ୪ଟି ଅଚଳ ହୋଇପଡିଛି। ସେହିପରି ବଡବଙ୍କାପଡା ଗ୍ରାମରେ ପାଂଚଶହରୁ ଊର୍ଦ୍ଧ୍ବ ଲୋକବସବାସ କରୁଥିବା ବେଳେ ୨ଟି ନଳକୂଅ ଗୋଟିଏ ସଚଳ ରହିଛି। ବଘାରପାଲି ଗ୍ରାମରେ ତିନିଶହରୁ ଊର୍ଦ୍ଧ୍ବ ଲୋକ ରହିଥିବା ବେଳେ ୩ଟି ନଳକୂପ ମଧ୍ୟରୁ ଗୋଟିଏ ନଳ କୂପ ସଚଳ ରହିଛି। ଯାହାଫଳରେ ଜନସାଧାରଣ ପାଣି ପାଇଁ ମହାନଦୀକୁ ଯିବାକୁ ପଡୁଛି ତ କାହା ବାଡିରେ କୂଅକୁ ଯାଇ ଲୋକମାନେ ପାଣି ଆଣି ବ୍ୟବହାର କରୁଛନ୍ତି। ଗୋଟିଏ ପଟେ ଏହି ଗ୍ରାମମାନଙ୍କୁ ଜଳ ଯୋଗାଇ ଦେବା ପାଇଁ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ବନ୍ଦ ହୋଇ ପଡିଥିବା ବେଳେ ଅନ୍ୟପଟେ ଗ୍ରାମରେ ଥିବା ନଳକୂପ ଗୁଡିକ ଅଚଳ ହୋଇ ପଡିଛି। ପ୍ରଶାସନ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହିତ ଅଚଳ ହୋଇ ପଡି ରହିଥିବା ନଳକୂପ ଗୁଡିକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories