www.samajalive.in
Saturday, December 6, 2025
15.1 C
Bhubaneswar

ଗାଜା ହସ୍ପିଟାଲ ବିସ୍ଫୋରଣକୁ ନୋବେଲ ବିଜେତା ମଲାଲାଙ୍କ ନିନ୍ଦା

ଡେସ୍କ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଡାକ୍ତରଖାନାରେ ରକେଟ ମାଡ ହେବା ପରେ ମଙ୍ଗଳବାର ରାତିରେ ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ରକେଟ ମାଡ ନେଇ ଉଭୟ ହମାସ୍ ଏବଂ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପରସ୍ପରକୁ ଦୋଷ ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇନାହିଁ।


ଇତି ମଧ୍ୟରେ ଗାଜା ହସ୍ପିଟାଲ ବିସ୍ଫୋରଣକୁ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଭୟଙ୍କର ବୋଲି କହିଛନ୍ତି। ସେ ଇସ୍ରାଏଲ୍ ସରକାରଙ୍କୁ ଗାଜାରେ ମାନବିକ ସହାୟତାକୁ ଅନୁମତି ଦେବାକୁ ଏବଂ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଛନ୍ତି। ନୋବେଲ ପୁରସ୍କାର ବିଜେତା ପାଲେଷ୍ଟାଇନ ଲୋକଙ୍କୁ ସହାୟତା କରୁଥିବା ତିନୋଟି ସଂସ୍ଥାକୁ ଆର୍ଥିକ ସହାୟତା ଦେଇଛନ୍ତି।

- Advertisement -

ନିଜର ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି, “ଗାଜାରେ ଅଲ-ଅହଲି ହସ୍ପିଟାଲ ଉପରେ ହୋଇଥିବା ବୋମା ବିସ୍ଫୋରଣ ଦେଖି ମୁଁ ଭୟଭୀତ ଏବଂ ଏହାକୁ ନିନ୍ଦା କରୁଛି। ମୁଁ ଇସ୍ରାଏଲ ସରକାରଙ୍କୁ ଅନୁରୋଧ କରୁଛି ଯେ ଗାଜାରେ ମାନବିକ ସହାୟତାକୁ ଅନୁମତି ଦିଅନ୍ତୁ। ମୁଁ ଆକ୍ରମଣରେ ପାଲେଷ୍ଟାଇନ ଲୋକଙ୍କୁ ସାହାଯ୍ୟ କରୁଥିବା ତିନୋଟି ସଂସ୍ଥା ପାଇଁ ଆର୍ଥିକସହାୟତା ଦେଉଛି।”

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories