www.samajalive.in
Friday, December 5, 2025
26.1 C
Bhubaneswar

ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲ୍ୟାମ୍ପ ପକ୍ଷରୁ ଗୁରୁବାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଜୁସ୍ୱାସ୍ଥ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ସୁଧୀର ଦାସ, ଓଏସସିବିର ଡାଇରେକ୍ଟର ଜଗନ୍ନାଥ ନୁଣ୍ଡ୍ରୁକା, କେସିସି ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ପ୍ରିୟାଶୁ ଭୋଳ, କ ଜୋନର ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ, ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ସ୍ୱତନ୍ତ୍ର ପରିଷଦର ଜିଲା ଉପସଭାପତି ବନମାଳୀ କାଡ୍ରାକା, ଲ୍ୟାମ୍ପର ସଭାପତି ଶଙ୍କର ହୁଈକା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏଥିରେ ୯ଟି ମହିଳା ସଂଘକୁ ୧୧ଲକ୍ଷ ୧୫ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି। କୁସୁମଶୀଳାର ମହାଲକ୍ଷ୍ମୀ ଗ୍ରୁପ ୧ଲକ୍ଷ୫୦ହଜାର ଟଙ୍କା, ବଡ ତ୍ରୋଡ୍ରାର ରାଣୀଲକ୍ଷ୍ମୀ ଗ୍ରୁପ ୬୫ହଜାର ଟଙ୍କା, ପଡିଭଟ୍ଟାର ଜୟ ସଦଗୁରୁ ଗ୍ରୁପ ୧ଲକ୍ଷ୫୦ହଜାର ଟଙ୍କା, ଗିରିଆଗୁଡାର ପଦ୍ମା ଗ୍ରୁପକୁ ୧ଲକ୍ଷ୫୦ହଜାର ଟଙ୍କା, ପେଡିପଦରର ମା’ତାରିଣୀ ଗ୍ରୁପର ୧ଲକ୍ଷ ଟଙ୍କା, ପଡିଭଟ୍ଟାର ମା ସଂଘ ୧ଲକ୍ଷ ଟଙ୍କା, କାଳିଆଗୁଡାର ସ୍ୱରସ୍ବତୀ ସଂଘ ୨ଲକ୍ଷ ଟଙ୍କା, ତାଳଗୁଡାର ଶିବ ଶଙ୍କର ଗ୍ରୁପ୍ ୧ଲକ୍ଷ ଟଙ୍କା ଓ ପାଳଖମଣର ମା’ମଙ୍ଗଳାକୁ ୧ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି। ଏଥିରେ ଲ୍ୟାମ୍ପର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହାପରେ ମନ୍ତ୍ରୀ ଜଗନ୍ନାଥ ସାରକା ବ୍ଲକକୁ ଗସ୍ତ କରି ୬୮୨ ବିଧବା, ବିକଳାଙ୍ଗ, ବାର୍ଦ୍ଧକ୍ୟ ଓ ଅବିବାହିତ ଭତ୍ତା ବଣ୍ଟନ କରିଥିଲେ। ଏସିଓ ବିଶ୍ୱଜିତ ସିଂହ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସମସ୍ତ ସରପଞ୍ଚଙ୍କ ସହ ଦଳୀୟ ନେତା କର୍ମୀମାନେ ଉପସ୍ଥିତ ରହିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories