www.samajalive.in
Friday, December 5, 2025
27.1 C
Bhubaneswar

ବିଶ୍ବକପ୍‌ ମଧ୍ୟରେ ରୋହିତ ଶର୍ମାଙ୍କ କଟିଲା ଚାଲାଣ, ସେ ପୁଣି ଗୋଟିଏ କିମ୍ବା ୨ଟି ନୁହେଁ..

ମୁମ୍ବଇ: ଦିନିକିଆ ବିଶ୍ୱକପ୍‌ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ କ୍ରିକେଟରଙ୍କ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ରୋହିତ, ଯାହାପରେ ତାଙ୍କ ନାଁରେ ଚାଲାଣ କାଟିଛି ପୁଲିସ। ସେ ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ତିନୋଟି ଟ୍ରାଫିକ୍‌ ଚାଲାଣ କଟିଛି କ୍ରିକେଟରଙ୍କ ନାଁରେ। ବାଂଲାଦେଶ ବିପକ୍ଷ ମ୍ୟାଚରେ ଯୋଗଦେବା ପାଇଁ ରୋହିତ ଶର୍ମା ନିଜ ବିଳାସପୂର୍ଣ୍ଣ କାର୍‌ ଚଲାଇ ମୁମ୍ବଇରୁ ପୁଣେ ଅଭିମୁଖେ ଯାଉଥିଲେ। ଟ୍ରାଫିକ ଅଧିକାରୀଙ୍କ କହିବା ମୁତାବକ, ରୋହିତ ଶର୍ମା ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କର ଘଣ୍ଟା ପ୍ରତି ବେଗ ବେଳେବେଳେ ୨୧୫ କିଲୋମିଟରରେ ମଧ୍ୟ ପହଞ୍ଚିଥିଲା। ଏତେ ଦ୍ରୁତ ଗତି ଯୋଗୁ ରୋହିତ ଶର୍ମାଙ୍କ ନାଁରେ ତିନୋଟି ଅନଲାଇନ୍ ଚାଲାଣ କଟିଛି।

ସୂଚନାଯୋଗ୍ୟ, ପୁଣେ-ମୁମ୍ବଇ ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର। ରାଜପଥର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି, ତେଣୁ ଗାଡ଼ି ଏହି ବେଗ ଅତିକ୍ରମ କଲା ମାତ୍ରେ ମାଲିକଙ୍କୁ ଚାଲାଣ ପଠାଇ ଦିଆଯାଏ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories