www.samajalive.in
Friday, December 5, 2025
26.1 C
Bhubaneswar

ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ଗିରଫ ମାମଲା, ଦିଲ୍ଲୀ ପୁଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

ଡେସ୍କ: ବିଚାରପତି ଜଷ୍ଟିସ ବି ଆର ଗାଭାଇ ଏବଂ ପି କେ ମିଶ୍ରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ନିୟୁଜ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ କର୍ମଚାରୀ ଅମିର ଚକ୍ରବର୍ତ୍ତୀଙ୍କୁ ଗିରଫ ଓ ରିମାଣ୍ଡରେ ନେବା ଉପରେ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛନ୍ତି। ଏହି ମାମଲାରେ ପୂର୍ବରୁ କୋର୍ଟ ତିନି ସପ୍ତାହ ପରେ ଏକ ତାରିଖ ଦେଇଥିଲେ, କିନ୍ତୁ ବରିଷ୍ଠ ଓକିଲ କପିଲ ସିବଲ ଦଶହରା ଛୁଟି ପରେ ତୁରନ୍ତ ମାମଲା ତାଲିକାଭୁକ୍ତ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ତାଙ୍କ ମହକିଲ ଶ୍ରୀ ପୁରକାୟସ୍ଥଙ୍କ ବୟସ ୭୦ ବର୍ଷରୁ ଅଧିକ ଏବଂ ସେ ଅନେକ ଦିନ ହେବ ରିମାଣ୍ଡରେ ଅଛନ୍ତି।

ଏହି ମାମଲା ପ୍ରଥମେ ଅକ୍ଟୋବର ୧୮ରେ ଆସିଥିଲା, କିନ୍ତୁ ଖଣ୍ଡପୀଠ ପୁଲିସକୁ ନୋଟିସ ଜାରି କରିବା ଉଦ୍ଦେଶ୍ୟରେ ଏହାକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଥିଲା।

- Advertisement -

ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ନିୟୁଜ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ କର୍ମଚାରୀ ଅମିର ଚକ୍ରବର୍ତ୍ତୀଙ୍କୁ ଗିରଫ ଏବଂ ପରବର୍ତ୍ତୀ ପୁଲିସ ରିମାଣ୍ଡରେ ହସ୍ତକ୍ଷେପ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଅଗଷ୍ଟ ୧୭ରେ ପଞ୍ଜୀକୃତ ହୋଇଥିବା ଏତଲା ଅନୁଯାୟୀ ଅକ୍ଟୋବର ୩ରେ ଉଭୟଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଗିରଫ କରିଥିଲା।

ଉଭୟ ଏହି ଗିରଫଦାରୀକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କାରଣ ଗିରଫ ହେବାର କାରଣ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଲିଖିତ ଆକାରରେ ପଠାଯାଇ ନାହିଁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories