www.samajalive.in
Friday, December 12, 2025
14.1 C
Bhubaneswar

ସଡ଼କ ଓ ସ୍ବାସ୍ଥ୍ୟସେବାର ବିଚିତ୍ର ଦୃଶ୍ୟ : ବିଲହିଡ ଦେଇ ୩କି.ମି ଭାରରେ ବୁହା ହେଲେ ପ୍ରସୂତି

ଆରଡି : ରାଜ୍ୟରେ ସବୁଦିନିଆଦେଖିବାକୁ ମିଳିଛି ଭଦ୍ରକ ଜିଲାରେ। ଅପହଞ୍ଚ ଯୋଗାଯୋଗ ବ୍ୟବସ୍ଥାର ନଗ୍ନ ଉଦାହରଣ ପାଲଟିଛି କୁଲିବିନ୍ଧା ଗାଁ । ରାସ୍ତା ନ ଥିବାରୁ ଝିପି ଝିପି ବର୍ଷାରେ ଏକ ଖଟିଆରେ ପରିବାର  ଓ ଗାଁ ଲୋକମିଶି ଗାଁ ଠାରୁ ଦୂର ପକ୍କା ସଡକକୁ ଦୀର୍ଘ ୩କି.ମି ବାଟ ବିଲହିଡ ଦେଇ ପ୍ରସୂତିଙ୍କୁ ଠାକ୍ତରଖାନା ନେଇଥିଲେ। ତେବେ ଏ ଘଟଣା କୌଣସି ଉପାନ୍ତ ଅବା ଦୁର୍ଗମ ଅଞ୍ଚଳର ନୁହେଁ, ଭଦ୍ରକ ଜିଲ୍ଲାର।

ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ତେନ୍ତୁଲିଡିିହି ପଞ୍ଚାୟତର କୁଲିବିନ୍ଧା ଗାଁକୁ ସବୁଦିନିଆ ପକ୍କା ସଡକଟିଏ ନାହିଁ । ସେଥିପାଇଁ  ସୋମବାର ଜଣେ ପ୍ରସୂତି ମହିଳାଙ୍କୁ ବିଲହିଡ ଦେଇ ଭାରରେ ଦୀର୍ଘ ୩କ.ମି ବାଟ ଆଣିବା ପରେ ଏକ ଅଟୋ ଦ୍ୱାରା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋଲ। ସେଠାରେ ସେ ଏକ ପୁତ୍ର ଜନ୍ମ କରିଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ପ୍ରକାଶ କରିଛନ୍ତି।

- Advertisement -

ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମବାର ସକାଳ ୧୦ଟା ସମୟରେ ପ୍ରସୂତି ମହିଳାଙ୍କର ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ, ହେଲେ ୧୦୮ ଆମ୍ବୁଲାନ୍ସ କୁଲିବିନ୍ଧା ଗାଁକୁ ଯାଇପାରିବ ନାହିଁ ବୋଲି ରୋକଠୋକ ମନା କରିଦେବା ସହ ଫୋନ କାଟି ଦେଇଥିଲେ। କିଛି ଉପାୟ ନପାଇ ଝିପି ଝିପି ବର୍ଷାରେ ଏକ ଖଟିଆରେ ପରିବାର ଲୋକ ଏବଂ ଗାଁ ଲୋକମିଶି ଗାଁ ଠାରୁ ଦୂର ପକ୍କା ସଡକକୁ ଦୀର୍ଘ ୩ କି.ମି ବାଟ ବିଲହିଡ ଦେଇ ଆସିଥିଲେ। ସେଠାରେ ଏକ ଅଟୋ ରିର୍ଜଭ କରି ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏହି ଘଟଣା ସାରା ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ସବୁ ଗାଁକୁ ପକ୍କା ସଡକ ନିର୍ମାଣ ନିମନ୍ତେ ନାନାବିଧ ଯୋଜନା ପ୍ରଣୟନ କରିବା ସହ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ବହୁ ଗାଁକୁ ପକ୍କା ସଡକଟିଏ ନଥିବାରୁ ଖରାଦିନେ ଯେନତେନ ପ୍ରକାରର ଲୋକମାନେ ଚଳପ୍ରଚଳ କରୁଥିବା ବେଳେ ବର୍ଷାଋତୁ ପ୍ରାରମ୍ଭରୁ ଶେଷ ପ୍ରର୍ଯ୍ୟନ୍ତ ନାନା ଯନ୍ତ୍ରଣାରେ ଛଟପଟ ହୋଇଥାନ୍ତି। ଯାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା କୁଲିବିନ୍ଧା ଗାଁରେ। ସେହିପରି ଜନନୀ ସୁରକ୍ଷା ପାଇଁ କେତେ କ’ଣ ଯୋଜନା କରିଥିବା ବେଳେ, ଯେପରି ମା ଓ ଶିଶୁ ଉଭୟ ସୁରକ୍ଷିତ ରହିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ହେଲେ ତାହା ଆଜି ଯେପରି କୁଲିବିନ୍ଧା ଗାଁର ପ୍ରସୂତି ମହିଳାଙ୍କ ପାଇଁ ବିଡମ୍ବନା ସାଜିଥିଲା ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories