www.samajalive.in
Friday, December 12, 2025
14.1 C
Bhubaneswar

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା, କହିଲେ ବିପଦରେ ଗଣତନ୍ତ୍ର

କଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣ ମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଉପରେ ବର୍ଷିଛନ୍ତି। ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ଦେଶର ଅନ୍ୟ ରାଜ୍ୟରେ ଗଣତନ୍ତ୍ର ବିପଦରେ ରହିଛି ବୋଲି କଲକତାରେ ଆୟୋଜିତ ବାଣିଜ୍ୟ ସଂଘ ବୈଠକକୁ ସମ୍ବୋଧିତ କରି ମମତା କହିଛନ୍ତି।

ଏହି ଅବସରରେ ମମତା କହିଛନ୍ତି ଯେ ଗଣତନ୍ତ୍ରରେ ବିରୋଧ ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେଉଁଦିନ ବିରୋଧ ପ୍ରଦର୍ଶନ ନିଜ ମୂଲ୍ୟ ହରାଇ ଦେବ ସେହି ଦିନ ଭାରତ ଆଉ ଭାରତ ହୋଇ ରହିବ ନାହିଁ। ବିଜେପି ନିଯୁକ୍ତି ଓ ଭାରତର ଅର୍ଥନୀତିର ଦୁର୍ଗତି ନେଇ କୌଣସି କଥା କହୁନାହିଁ। ନିଜ ରାଜନୈତିକ ହିତ ସାଧନ ପାଇଁ ବିଜେପି ଏନଆରସି କଥା କହୁଛି। ଏହାସହ ମମତା ପଶ୍ଚିମବଙ୍ଗର ଲୋକଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ପଶ୍ଚିମବଙ୍ଗରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଲାଗୁ ହେବ ନାହିଁ। ଆସାମ ବୁଝାମଣା ଅନୁସାରେ ଆସାମରେ ଏନଆରସି ଲାଗୁ ହୋଇଛି। ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଅଖିଳ ଆସାମ ଛାତ୍ର ସଂଘ ମଧ୍ୟରେ ଆସାମ ବୁଝାମଣା ହୋଇଥିଲା। ଏନଆରସିକୁ ନେଇ ପଶ୍ଚିମବଙ୍ଗରେ ବିଜେପି ଭୟ ସୃଷ୍ଟି କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗରେ ଏନଆରସି ଲାଗୁ ହେବ ନାହିଁ ଓ ମୋ ଉପରେ ବିଶ୍ୱାସ ରଖନ୍ତୁ ବୋଲି ମମତା କହିଛନ୍ତି। ସାର୍ବଜନୀନ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା ଦାବିରେ ଅକ୍ଟୋବର ୧୮ରେ ର‍୍ୟାଲି କରାଯିବ ବୋଲି ମମତା ଘୋଷଣା କରିଛନ୍ତି। ଯାଦବପୁର ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସାକାଣ୍ଡ ପାଇଁ ସେ ଏବିଭିପି ଏବଂ ବିଜେପିକୁ ଦାୟୀ କରିଛନ୍ତି।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories