www.samajalive.in
Friday, December 12, 2025
14.1 C
Bhubaneswar

ଡେବ୍ୟୁ ପୂର୍ବରୁ ସାରାଙ୍କୁ ପରାମର୍ଶ ଦେଇଥିଲେ ସୈଫ୍; ଜାଣନ୍ତୁ କ’ଣ

ସୈଫ ଅଲୀ ଖାନ୍‌ ଏବଂ ଅମୃତା ସିଂହର ଝିଅ ସାରା ଅଲି ଖାନ୍ ଗତ ବର୍ଷ ବଲିଉଡରେ ଡେବ୍ୟୁ କରି ସାରିଛନ୍ତି । ସାରାଙ୍କ ଡେବ୍ୟୁ ଫିଲ୍ମ ସଫଳତା ହାସଲ କରିଥିଲା । ବେଷ୍ଟ ଡେବ୍ୟୁ ଅଭିନେତ୍ରୀ ଭାବେ ସାରା ଅନେକ ଆୱାର୍ଡସ୍ ମଧ୍ୟ ପାଇଥିଲେ । ତାଙ୍କର ଏହି ସଫଳତା ପଛରେ ପିତା ସୈଫଙ୍କ ହାତ ରହିଛି । ସାରା ବଲିଉଡ୍‌ରେ ପାଦ ଦେବ ପୂର୍ବରୁ ପିତା ସୈଫ୍ ତାଙ୍କୁ କିଛି ପରାମର୍ଶ ଦେଇଥିଲେ । ଆପଣ ଜାଣନ୍ତି କି ସେହି ପରାମର୍ଶ କ’ଣ ଥିଲା ?

ଏକ ସାକ୍ଷାତକାରରେ ସୈଫ୍ ଅଲୀ ଖାନ୍ ଏହାର ଖୁଲାସ କରିଛନ୍ତି । ନିଜର ଦକ୍ଷତା ଉପରେ ଅଧିକ ଧ୍ୟାନ ଦେବା ସୈଫ୍ ସାରାକୁ ପରାମର୍ଶ ଦେଇଥିଲେ । ଏହା ସହ ଅମିର ଖାନ ଭଳି ଆକ୍ଟରଙ୍କୁ ଅନୁକରଣ କରିବା ପାଇଁ ସୈଫ୍ ସାରାକୁ କହିଥିଲେ । ସେ ଯାହା ବି ଚୁକ୍ତି କରିବେ, ତାହା ତାଙ୍କୁ ପରିଭାଷିତ କରିବ ।

- Advertisement -

ସାରା ଯେଉଁଭଳି ଭାବରେ କମ୍‌ ସମୟରେ ସଫଳତା ହାସଲ କରି ଲୋକପ୍ରିୟ ହୋଇ ପାରିଛନ୍ତି, ତାହା ଦେଖିଲେ ଲାଗୁଛି ଯେ ଏହି ଷ୍ଟାରକିଟ୍ ଜଣଙ୍କ ପିତାଙ୍କ ପରାମର୍ଶକୁ ଅକ୍ଷର ଅକ୍ଷର ପାଳନ କରୁଛନ୍ତି । ସାରା ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ କେଦାରନାଥରେ ଡେବ୍ୟୁ କରିଥିବା ବେଳେ ସିମ୍ବାରେ ରାଣବୀର ସିଂଙ୍କ ବିପକ୍ଷରେ ନଜର ଆସିଥିଲେ । ଗୋଟିଏ ବର୍ଷରେ ସାରାଙ୍କ ଦୁଇଟି ଫିଲ୍ମ ରିଲିଜ୍‌ ହୋଇଥିଲା। ଏବେ ଇମତିୟାଜ ଅଲୀଙ୍କ ରୋମାଣ୍ଟିକ୍‌ ଫିଲ୍ମ ଏବଂ କୁଲି ନମ୍ବର ୧ରେ ସାରା ଅଲୀ ଖାନ୍‌ ନଜର ଆସିବେ ।

ଫିଲ୍ମ ବ୍ୟତୀତ ସାରା ଅଲୀ ଖାନ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସାରା ଅଲୀ ଖାନ୍ ଆକ୍ଟର କାର୍ତ୍ତିକ ଆର୍ୟନଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳିଛି । ଲଭ୍‌ ବର୍ଡ୍ସଙ୍କୁ ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ ଦେଖିବାକୁ ମିଳୁଛି । ଉଭୟ ଇମତିୟାଜ ଅଲୀଙ୍କ ରୋମାଣ୍ଟିକ୍‌ ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମର ଶୁଟିଂ ଶେଷ ହୋଇଥିବା ବେଳେ ବଡ ପରଦାରେ ସାରା-କାର୍ତ୍ତିକଙ୍କୁ ଦେଖିବାକୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories